Rohit’s big hint about the T-20 World Cup squad- prameyanews7 techguruodia


Image Courtesy : livehindustan

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଗୁରୁବାର ଆଗାମୀ ଟି-୨୦ ବିଶ୍ଵକପ୍‌ ପାଇଁ ବଡ଼ ବୟାନ ଦେଇଛନ୍ତି। ଟି-୨୦ ବିଶ୍ଵକପ୍‌କୁ ଆଉ କିଛି ମାସ ବାକି ରହିଛି। ଭାରତ ଟି-୨୦ବିଶ୍ଵକପ୍ ପୂର୍ବରୁ ନିଜର ଶେଷ ଟି-୨୦ ସିରିଜ୍ ଖେଳି ସାରିଛି। ଏମିତିରେ ଖେଳାଳିଙ୍କ ନିକଟରେ ଅଧିନାୟକ ଓ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆଇପିଏଲ୍ ଶେଷ ସୁଯୋଗ ରହିଛି। ଜିଓ ସିନେମା ସହ ଆଲୋଚନା ବେଳେ ରୋହିତ କହିଛନ୍ତି, ତାଙ୍କ ମନରେ କିଛି ଖେଳାଳି ରହିଛନ୍ତି, ଯେଉଁମାନେ ବିଶ୍ଵକପ୍‌ ଖେଳିବାକୁ ଯାଉଛନ୍ତି।

Also read- ଇତିହାସ ରଚିଲା ଜାପାନ, ଚନ୍ଦ୍ରରେ ଜାପାନୀ ମହାକାଶଯାନ SLIMର ସଫଳ ଅବତରଣ

ରୋହିତ କହିଛନ୍ତି, ଆମେ ଟି-୨୦ ବିଶ୍ଵକପ୍ ପାଇଁ ଖେଳାଳି ଚୂଡ଼ାନ୍ତ କରିନୁ। କିନ୍ତୁ ଏହା ସ୍ପଷ୍ଟ ଯେ, ୮ରୁ ୧୦ ଏମିତି ଖେଳାଳି ରହିଛନ୍ତି, ଯିଏ ବିଶ୍ଵକପ୍ ଖେଳିବେ। ପୁଣି ଯେଉଁ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳାଯିବ ସେଠାକାର ସ୍ଥିତି ଓ ପରିବେଶକୁ ଦେଖି ରଣନୀତି ଅନୁରୂପ ଖେଳାଳି ଚୟନ କରାଯିବ। ଓ୍ଵେଷ୍ଟଇଣ୍ଡିଜର ପିଚ୍‌ ବହୁତ ଧିମା। ସେହି ଅନୁସାରେ ଆମକୁ ଦଳ ଚୟନ କରିବାକୁ ପଡ଼ିବ। ଏହି କ୍ଷେତ୍ରରେ ମୁଁ ଏବଂ ରାହୁଲ ଭାଇ ଦଳରେ ସ୍ପଷ୍ଟତା ବଜାୟ ରଖିବାକୁ ଉଦ୍ୟମ କରୁ। ଅଧିନାୟକ ଭାବେ ମୁଁ ଗୋଟିଏ ଜିନିଷ ଶିଖିଲି ଆପଣ ସମସ୍ତଙ୍କୁ ଖୁସି କରି ପାରିବେ ନାହିଁ। ଆପଣଙ୍କୁ ଦଳର ଆବଶ୍ୟକତାକୁ ଦୃଷ୍ଟିରେ ରଖିବାକୁ ପଡ଼ିବ।

ଭାରତୀୟ ଅଧିନାୟକ କହିଛନ୍ତି, ଆଫଗାନିସ୍ତାନ ବିପକ୍ଷ ଟି-୨୦ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ସହ ବିଚାର ବିମର୍ଶ କରିଥିଲି। କାରଣ ମୁଁ ଗତ ଏକ ବର୍ଷ ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ଖେଳି ନ ଥିଲି। ତଥାପି  ଟି-୨୦ ମ୍ୟାଚ୍ ଦେଖୁଥିଲି। ସେଥିରୁ କିଛି ଅଭିଜ୍ଞତା ପାଇଥିବା ରୋହିତ କହିଛନ୍ତି।




Leave a Comment