Safety lapses alleged in Gujarat boat tragedy techguruodia


ନୂଆଦିଲ୍ଲୀ: ଗୁଜରାଟ ଭଦୋଦରା ବୋଟ୍‌ ଟ୍ରାଜେଡିରେ ଉଦ୍ଧାର ହୋଇଛି ୧୪ ଜଣଙ୍କ ମୃତଦେହ। ମୃତଦେହ ମଧ୍ୟରେ ଅଛନ୍ତି ୧୨ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକ। ସମସ୍ତେ ପିକନିକ୍‌ ପାଇଁ ହ୍ରଦ ପାର ହେଉଥିବା ବେଳେ ଏଭଳି ଘଟଣା ଘଟିଛି। ଏଭଳି ଘଟଣା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ୧୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗୁଜରାଟର ଭଦୋଦରାରେ ଏକ ଘରୋଇ ସ୍କୁଲ୍‌ର ଛାତ୍ରଛାତ୍ରୀ ଡଙ୍ଗାରେ ବସି ହର୍ଣ୍ଣି ହ୍ରଦ ପାର୍ ହେଉଥିଲେ। ହେଲେ ନିୟନ୍ତ୍ରଣ ହରାଇବାରୁ ହଠାତ୍ ଡଙ୍ଗାଟି ହ୍ରଦରେ ବୁଡ଼ିଯାଇଥିଲା। ଛାତ୍ରଛାତ୍ରୀମାନେ ପାଣିକୁ ଖସିପଡ଼ିଥିଲେ।।

ବୋର୍ଡ କଣ୍ଟ୍ରାକ୍ଟର ତ୍ରୁଟି ଯୋଗୁ ଏଭଳି ହୋଇଛି। କାରଣ ବୋଟ୍‌ର କ୍ଷମତା ଠାରୁ ଅଧିକ ଯାତ୍ରୀ ଏଥିରେ ଥିଲେ। ସରକାର କଣ୍ଟ୍ରାକ୍ଟରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବିଧାୟକ କହିଛନ୍ତି। ଏପରିକି  ହ୍ରଦରେ ଯିବାବେଳେ କେହିବି ଲାଇଫ ଜ୍ୟାକେଟ୍‌ ପିନ୍ଧିନଥିଲେ।

ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଅସୁସ୍ଥଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ- ହ୍ରଦରେ ବୁଡ଼ିଲା ୨୭ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା; ଚାଲିଗଲା ୧୪ ଜୀବନ

ଘଟଣାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଓ ଅସୁସ୍ଥଙ୍କ ପରିବାରକୁ ୫୦ ହଜାର ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। କେଉଁ ପରିସ୍ଥିତିରେ ଏହା ଘଟିଲା, ଏହାର ସବିଶେଷ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।




Leave a Comment