Sai Chalisa in Odia PDF: Unlocking Spiritual Power

Introduction

Embark on a spiritual journey as we delve into the profound world of Sai Chalisa in Odia PDF. Discover the cultural significance, the digital evolution, and the transformative power of this sacred prayer.

ପ୍ରଥମେ ସାଇଙ୍କ ଚରଣେ ପ୍ରଣାମ ଜଣାଇ ଆରମ୍ଭ କରିବି ଚାଳିସା
କିପରି ସାଇ ଆସିଥିଲେ ଶିରିଡ଼ି, ଶୁଣାଇବି ସବୁ କଥା 1

କିଏ ତାଙ୍କ ମାତା, କିଏ ତାଙ୍କ ପିତା କେହି ଏହା ନ ଜାଣନ୍ତି
କୋଉଠାରେ ସାଇ ଜନମ ନେଲେ ସଭିଏଁ ଏ ପ୍ରଶ୍ନ ପଚାରନ୍ତି 2

କିଏ କହେ ଅଟନ୍ତି ସେ ଅଯୋଧ୍ୟାର ରାମଚନ୍ଦ୍ର ଭଗବାନ
କିଏ କହେ ଅଟନ୍ତି ସାଇବାବା ପବନପୁତ୍ର ହନୁମାନ 3

କିଏ କହେ ମଙ୍ଗଲ ମୂର୍ତ୍ତି ଅଟନ୍ତି ଶ୍ରୀ ଗଜାନନ ସାଇ
କିଏ କହେ ଦେବକୀ ସୂତ ଅଟନ୍ତି ଶ୍ରୀ ସାଇ କୃଷ୍ଣ କହ୍ନାଇ 4

ଶଙ୍କରଙ୍କର ଅବତାର ଅଟନ୍ତି ସେହି ପ୍ରଭୁ ସାଇ ଭଗବାନ
କରନ୍ତି ପୂଜା ସଭିଁଏ ତାଙ୍କର ଅଟନ୍ତି ସେ ଦତ୍ତ ଅବତାର 5

କେତେ ଭାବେ ଭକ୍ତ ପୂଜନ୍ତି ତାହାଙ୍କୁ କିନ୍ତୁ ଅଟନ୍ତି ସେ ପ୍ରକୃତ ଭଗବାନ
ବହୁତ ଦୟାଳୁ, ଦୀନବନ୍ଧୁ ସେ ଦିଅନ୍ତି ଦୁଖୀକୁ ଜୀବନ ଦାନ 6

ଶୁଣାଇବି ତୁମକୁ କେତେ ବରଷ ପୂର୍ବର ସେହି କଥା
ଆସିଥିଲେ ସାଇ ବରଯାତ୍ରୀ ଭାବେ ଶୁଣାଇବି ସେହି ଗାଥା 7
ଆସିଥିଲେ ସାଇ ଫକୀର ବେଶରେ ଚାନ୍ଦ ପାଟିଲରପୁଅ ବାହାଘରେ
ଆସିକରି ରହିଗଲେ ସାଇ ସେହି ପବିତ୍ର ଶିରିଡ଼ି ଧାମରେ 8

ଭଙ୍ଗା ମସଜିଦରେ ରହିଲେ ସେ ନାମ ଦେଲେ ଦ୍ବାରକାମାୟୀ
ଦେଖାଇଲେ କେତେ ଲୀଳା ଖେଳ ସବୁ ଚକିତ ହେଲେ ଗୋସାଇଁ। 9

ରୂହୁଁ ରୂହୁଁ ସମୟ ଗଡ଼ିଲା ବିଖ୍ୟାତ ହେଲା ସାଇ କଥା
ଘରେ ଘରେ ଲୋକ ପୂଜିଲେ ତାଙ୍କୁ ଗାଇଲେ ସାଇ ଗାଥା 10

ଚାରିଦିଗେ ମୁଖରିତ ହେଲା ସାଇଙ୍କର ଗୁଣଗ୍ରାମ
ଦୀନଦୁଖୀଙ୍କୁ ରକ୍ଷା କରିବା ଏହା ଥିଲା ବାବାଙ୍କର ନାମ 11

ବାବାଙ୍କ ପାଖରେ ଯିଏ କରେ ନିଜକୁ ସମର୍ପଣ
ରକ୍ଷା କରନ୍ତି ସାଇ ତାକୁ ଖୋଲିଯାଏ ଭାଗ୍ୟ ତାଙ୍କର 12

କେହି ଯଦି ମାଗନ୍ତି ବାବା, ଦିଅ ମତେ ସନ୍ତାନ
ତଥାସ୍ତୁ କହି ବାବା ଦିଅନ୍ତି ତାଙ୍କୁ ବରଦାନ 13

ନିଜେ ଦୁଖୀ ହେଉଥିଲେ ବାବା ହରୁଥିଲେ ଦୁଖ ଭକ୍ତଙ୍କର
ସମୁଦ୍ର ପରି ବିଶାଳ ଥିଲା ହୃଦୟ ଶ୍ରୀ ସାଇଙ୍କର 14

ଆସିଥିଲା ଏକ ମାଦ୍ରାସୀ ଭକ୍ତ ଥିଲେ ବହୁତ ଧନବାନ୍
ଘରଦ୍ବାର ସମ୍ପତ୍ତି ଥିଲା ସବୁ, ନ ଥିଲା କେବଳ ସନ୍ତାନ 15

ପ୍ରାର୍ଥନା କଲେ ସାଇଙ୍କ ପାଖରେ ବାବା ମତେ ଦୟାକର
ବୁଡ଼ିଯାଉଥିବା ସଂସାରକୁ ମୋର ତୁମେ ଉଦ୍ଧାର କର 16

କୁଳଦୀପକ ବିନା ଘର ମୋର ଅଟଇ ଅନ୍ଧାର
ସେଥିପାଇଁ ଆସିଛି ବାବା ପଡ଼ୁଛି ତୁମର ଶରଣ 17

ବ୍ୟର୍ଥ ସବୁ ସମ୍ପତ୍ତି ଯଦି ନ ଥିବ ଏକ ସନ୍ତାନ
ଆଜି ଭିଖାରୀ ହୋଇ ମାଗୁଛି ବାବା ଦିଅ ମୋତେ ବରଦାନ 18

ଦେଇ ଦିଅ ମତେ ପୁତ୍ର ଦାନ ବାବା ଋଣୀ ରହିବି ମୁଁ ଚିରକାଳ
ନାହିଁ ଆଉ କିଛି ଆଶା ମୋର କେବଳ ଭରସା ସାଇକୃପାର 19

ବିକଳ ହୋଇ କରି ପ୍ରାର୍ଥନା ନୁଆଁଇଲା ମଥା ସାଇଚରଣରେ
ତେବେ ଯାଇ ଯାଇ ହୋଇଲେ ପ୍ରସନ୍ନ ଦେଲେ ତାକୁ ବରଦାନରେ। 20

ଆଲ୍ଲା ଭଲ କରିବେ ପୁତ୍ର ସନ୍ତାନ ହେବ ତୋ ଘରେ
କୃପା ରହିବ ତୋ ବାଳକ ଉପରେ ଏହା ମୋ ଆଶୀର୍ବ।ଦରେ 21

ଯେ ଭଜେ ସାଇଙ୍କୁ ସେ ପାଏ କୃପା ଅପାର
ପୁତ୍ର ରତ୍ନ ପାଇ ଧନ୍ୟ ହେଲା ମାଦ୍ରାସୀର ସଂସାର 22

ଶୁଦ୍ଧମନେ ଯେ ଭଜେ ସାଇନାମ ପାଏ ଏ ଜଗତୁ ଉଦ୍ଧାର
ସାଇନାମର ଶକ୍ତି ଅପାର ଅଟେ ସେ ଦ୍ବାର ମୋକ୍ଷର 23

ଏତିକି ପ୍ରାର୍ଥନା ସାଇ ତବ ପାଶେ ରହିବି ମୁଁ ସଦା ଦାସ ତୁମର
ତୁମ ପରି ପ୍ରଭୁ ପାଇଛି ଏ ଜନମେ ଏତ ବଡ଼ ଭାଗ୍ୟମୋହର 24

ଦିନ ଥିଲା ପୂର୍ବେ ଏପରି ଏକ ମିଳୁ ନ ଥିଲା ମତେ ରୋଟି
କପଡ଼ା ତ ଦୂରର କଥା ଥିଲା କେବଳ ଏକ ଛୋଟ ଲଙ୍ଗୋଟି 25

ସମ୍ମୁଖରେ ଥାଇ ମଧ୍ୟ ଜଳ ପାଉ ନ ଥିଲି ମୁଁ ତ୍ବରିତ
ଦୁର୍ଦ୍ଦିନ ମୋହର ଉପରେ ଯେପରି ବରସୁଥିଲା କହର 26

ଏ ଜଗତରେ ଚାରିଆଡ଼େ ନ ଥିଲେ କେହି ମୋର ସାହାରା
ସାଜିଲି ଭିକାରୀ ମୁଁ ପାଉ ନ ଥିଲି କୂଳକିନାରା 27

ଏହି ସମୟେ ମିଳିଲା ବନ୍ଧୁ ଏକ ଯେ ଥିଲା ଭକ୍ତ ସାଇଙ୍କର
କହିଲା ପୂଜା କର ସାଇଙ୍କୁ ସବୁ ଦୁଖ ତୁମ ହେବ ଦୂର 28

ଦୁହେଁ ମିଶି କରିଲୁ ବିଚାର କରିବୁ ବାବାଙ୍କ ଦର୍ଶନ
ଦୟାବାନ ସାଇଙ୍କ ଦର୍ଶନେ ଦୁଖ ହେବ ଦୂର ଆମର 29

ପବିତ୍ର ଶିରିଡ଼ି ଧାମେ ଯାଇ ଦର୍ଶନ କଲି ବାବାଙ୍କର
ଜନମ ସଫଳ ହୋଇଗଲା ମୋର ଚରଣେ ପଡ଼ି ସାଇଙ୍କର 30

ଦର୍ଶନ ମାତ୍ରକେ ସାଇଙ୍କର ଦୂର ହୋଇଲା ସବୁ ଦୁଖ
ସଙ୍କଟ ସବୁ ମିଟିଗଲା ହୋଇଲା ସବୁ ବିପଦର ଅନ୍ତ 31

କେତେ ମାନ ସମ୍ମାନ ଦେଲେ ସାଇ ଆମକୁ ଭିକ୍ଷାରେ
ଖୁସୀରେ ଭରିଗଲା ଜୀବନ ମୋର ତାଙ୍କ ଆଶୀର୍ବ।ଦରେ 32

ସବୁକିଛି ପାଇଛି ମୁଁ ଏ ଜୀବନେ ସାଇଙ୍କ ଦୟାରୁ
କେବେ ଦୂରେଇ ନ ଦେବ ସାଇ ତୁମ ଅନ୍ତହୀନ କୃପାରୁ 33

ସାଇଲୀଳାର ପ୍ରଭାବ ଏପରି ପଡ଼ିଲା ମୋ ଉପରେ
ପ୍ରତିକ୍ଷଣେ ଲାଗୁଅଛି ବାବା ଅଛନ୍ତି ଏ ଜଗତର କୋଣେ କୋଣେ। 34

ଶିରିଡ଼ିରେ ରହୁଥିଲା ‘କାଶୀରାମ’ ଭକ୍ତ ବାବାଙ୍କର
ଦୁନିଆସାରା ବୁଲି କହୁଥିଲା ସାଇ ମୋର, ମୁଁ ସାଙ୍କର 35

ସିଲେଇ କରି ବିକୁଥିଲା, ନିଜେ ବସ୍ତ୍ର ଗାଁ, ଗଳି, ବଜାରରେ
ରହୁଥିଲା ନିମଗ୍ନ ସେ ସଦା ସାଇ ଚିନ୍ତନରେ 36

ଥିଲା ଦିନ ଏକ ଅନ୍ଧାରରାତି, ଶୋଇଯାଇଥିଲେ ଗ୍ରାମାବାସୀ
ହାତକୁ ହାତ ଦେଖାଯାଉନଥିଲା, ନିସ୍ତବ୍ଧ ଥିଲା ରାତ୍ରୀ 37

ଫେରୁଥିଲା କାଶୀ ବିକିକରି ବସ୍ତ୍ର ହାଟ ମଣ୍ଡରେ
ବିଚିତ୍ର ସଂଯୋଗ ଥିଲା ସେ ଦିନ, ଥିଲା ସେ ଏକଲାରେ 38

ଘେରିଗଲେ ତାକୁ ଗୁଣ୍ଡା ସବୁ ମଝି ରାସ୍ତାରେ
ମାରିଦିଅ, ଲୁଟିନିଅ କହୁଥିଲେ ସବୁ ବଡ଼ ପାଟିରେ 39

ବାଡ଼େଇ ପିଟି ତାକୁ ନେଇ ପଳାଇଲେ ତାର ସବୁ ଟଙ୍କା
ସଂଜ୍ଞାହୀନ ଭାବେ ପଡ଼ି ରହିଲା ସେ ମଝିରାସ୍ତାରେ ଏକା 40

ବହୁସମୟ ଧରି ରହିଲା ସେ ପଡ଼ି ସେହି ମୂର୍ମୂଷ ଅବସ୍ଥାରେ
କେତେବେଳେ ପୁଣି ଆସିଲା ହୋଶ୍Ù ରୂହିଁଲା ସେ ଆଖିଖୋଲିରେ। 41

ଅଜାଣତରେ ପାଟିରୁ ତାର ବାହାରିଲା ରକ୍ଷାକର ହେ ସାଇ
ଯାହାର ପ୍ରତିଧ୍ବନି ହେଲା ଶିରିଡ଼ିରେ, ଦେଲା ବାବୁଙ୍କୁ ଶୁଣାଇ। 42

ହୋଇଗଲେ ଅସ୍ତବ୍ୟସ୍ତ ବାବା ବିଚଳିତ ହେଲା ମନ ତାଙ୍କର
ଲାଗୁଥିଲା ଯେପରି ଘଟୁଥିଲା ସବୁ ସମ୍ମୁଖରେ ସାଇଙ୍କର 43

ଦୌଡ଼ୁଥିଲେ ବାବା ଏପଟେ ସେପଟେ ହୋଇ ପାଗଳସମ
ଫୋପଡ଼ୁ ଥିଲେ ଜିନିଷସବୁ ହଉଥିଲା ଯାହା ଦୃଶ୍ୟମାନ 44

ରାଗିକରି ବାବା ହେଲେ ପ୍ରଚଣ୍ଡ ଦିଶିଲେ, ଅତି ଭୟଙ୍କର
ଆଶଙ୍କିତ ହୋଇ ଉଠିଲେ ଭକ୍ତ ଦେଖି ତାଣ୍ଡବରୂପ ସାଇଙ୍କର। 45

ବୁଝିଗଲେ ସବୁ ନିଶ୍ଚେ ପଡ଼ିଛି କେଉଭକ୍ତ ବିପଦରେ
ଭୟଭୀତ ହୋଇ ରହିଲେ ସଭିଏ ସାଇଙ୍କୁ ଅନାଇ ବିସ୍ମୟରେ। 46

କରିବା ପାଇଁ ରକ୍ଷା ଭକ୍ତଙ୍କୁ ତାଙ୍କର ବାବା ହେଉଛନ୍ତି, ବିକଳ
ତା’ର କଷ୍ଟକୁ ସହି ପାଉଛି କଷ୍ଟ, ବାବାଙ୍କର ଅନ୍ତଃସ୍ଥଳ 47

ଏତିକିବେଳେ ବିଧାତା ଦେଖାଇଲା ନିଜ ଲୀଳାଖେଳ
ଦେଖିକରି ଯାହା ହୃଦୟେ ଭକ୍ତଙ୍କ ଖେଳିଗଲା ଶ୍ରଦ୍ଧାଭାବ 48

ସଂଜ୍ଞାହୀନ ଭକ୍ତକୁ ନେଇ ପହଞ୍ଚତ୍ଲା ଏକ ଗାଡ଼ି
ସମ୍ମୁଖରେ ଦେଖି ଭକ୍ତଙ୍କୁ ଭରିଲା ସାଇଙ୍କ ଆଖି 49

ହୃଦୟ ସାଇଙ୍କ ଥିଲା ଶାନ୍ତ ସାଗର ସମ ଗମ୍ଭୀର
ଆଜି କାହିଁ ବାବା ହେଉଥିଲେ ବଡ଼ ଅସ୍ଥିର 50

ଦୟାର ପ୍ରତିମୂର୍ତ୍ତି ସାଇ ଥିଲେ ଆଜି ବଡ଼ ବ୍ୟାକୁଳ
ଭକ୍ତ ପାଇଁ ସାଇଥିଲେ ବଡ଼ ଶଙ୍କାକୁଳ 51

ଆଜି ଭକ୍ତିର ବିଷମ ପରୀକ୍ଷାରେ ସଫଳ ହେଇଥିଲେ କାଶୀ
ତାର ଦର୍ଶନ ପାଇଁ ଆସିଥିଲେ ଧାଇଁ ସବୁ ନଗରବାସୀ 52

ଯେତେବେଳେ ଯୋଉଠାରେ ଭକ୍ତ ପଡ଼େ ବିପଦରେ।
ରକ୍ଷାକରନ୍ତି ସାଇ ତାଙ୍କୁ ପହଞ୍ଚତ୍ ତା’ ନିକଟରେ 53

ଏହା ନୁହେଁ କିଛି ନୂଆ କଥା ଯୁଗ ଯୁଗର ଏହା ସତ୍ୟ
ରକ୍ଷା କରନ୍ତି ଈଶ୍ବର ଯେବେ ଭକ୍ତ ହୁଏ ବିପଦଗ୍ରସ୍ତ 54

ଭେଦଭାବରୁ ଦୂର ପୂଜାରୀ ଥିଲେ ସାଇ ମାନବତାର
ହିନ୍ଦୁ ମୁସଲିମ୍ ଶିଖ୍ ଈସାଇ ସଭିଙ୍କୁ ଦେଖୁଥିଲେ ଏକ ସମାନ। 55

ଭେଦଭାବ ମନ୍ଦିର ମସ୍-ଜିଦ୍ ସବୁ ଦେଲେ ମାଟିରେ ମିଶାଇ
ଆଲ୍ଲା ରହିମ କୃଷ୍ଣ କରିମ୍ ସବୁ ଥିଲେ ଏକା ସାଇ 56


ମସ୍-ଜିଦର କୋଣେ କୋଣେ ଗୁଞ୍ଜି ଉଠିଲା ଘଣ୍ଟିର ପ୍ରତିଧ୍ବନୀ
ଦ୍ବାରକାମାୟୀରେ ଜଳି ଉଠିଲା ସାଇ ନାମର ଧ୍ବନୀ 57

ଏହିପରି ସବୁ କେତେ ଚମତ୍କାର ଦେଖାଉଥିଲେ ବାବା
ନିମ୍ବବୃକ୍ଷର ପତ୍ରରେ ମଧ୍ୟ ଭରି ଦେଉଥିଲେ ଶୋଭା 58

ସଭିଙ୍କୁ ସ୍ନେହ ଆଦର କରନ୍ତି ଦିଅନ୍ତି ସେ ଦାନ
ଯିଏ ଯାହା ମାଗିଲେ ଦିଅନ୍ତି ତାଙ୍କୁ ବରଦାନ 59

ଏପରି ସ୍ନେହୀ ସାଇଈଶ୍ବରଙ୍କର କରିଲେ ନାମ ସ୍ମରଣ
ପର୍ବତ ସମ ଆସିଲେ ଦୁଖ କ୍ଷଣେ ହୁଏ ହରଣ 60

ମନରେ ସାଇ ହୃଦୟେ ସାଇ ସଦା ସାଇ ସାଇ ଜପ କର
ସାଇନାମର ମହିମା କେତେ ଜାଣିବ ଧୈର୍ଯ୍ୟ ଧର 61

ନିଜକୁ ଭୁଲି କରିବୁ ଯେବେ ତୁ ବାବାଙ୍କର ଗୁଣଗାନ
ଦିନରାତି ବାବା ବାବା ହୋଇ ନେବୁ ତୁ ତାଙ୍କର ନାମ 62

ତେବେ ଯାଇ ବାବା ବିବଶ ହେବେ, ଦେବେ ତତେ ବରଦାନରେ
ଇଚ୍ଛା ତୋର ସବୁ ପୂରଣ କରିବେ ରୂହିଁଲାମାତ୍ରେ ଅଚିରେ 63

ଜଙ୍ଗଲରେ ବୁଲି ଖୋଜୁ ତୁ ବାବାଙ୍କୁ ହୋଇ ପାଗଳସମ
କେବଳ ଗୋଟିଏ ଯାଗାରେ ପାଇବୁ ତାଙ୍କୁ ଅଟେ ସେ ଶିରିଡ଼ିଧାମ। 64

ଧନ୍ୟ ସେହି ପ୍ରାଣୀ ଯିଏ ପାଇଛନ୍ତି ଏ ଜଗତେ ବାବାଙ୍କୁ
ଦୁଖରେ ସୁଖରେ ଆଠ ପ୍ରହରରେ ସ୍ମରୁଛନ୍ତି ସାଇନାମକୁ 65

ପଡ଼ୁ ପଛେ ପର୍ବତସମ ଦୁଖ ବା ବିଜୁଳି ପଡ଼ିଯାଉ
ସବୁ ବିପଦୁ ହୋଇବ ପାର ଯେବେ ମୁଖ ସାଇନାମ ଗାଉଥାଏ। 66

ଏହି ବୁଢ଼ାର ଲୀଳା ସବୁ ଶୁଣି ହୋଇବ ତୁମେ ଆଶ୍ଚର୍ଯ୍ୟ
ଯେତେ ଚତୁର ଶୁଣି ଚକିତ ହୁଅନ୍ତି ଦେଖି ତାଙ୍କ କାମକାର୍ଯ୍ୟ 67

ଆସିଥିଲେ ଥରେ ଢୋଙ୍ଗୀ ସାଧୁ ଜଣେ ଶିରିଡ଼ି ଗ୍ରାମକୁ
ସାଧା ସିଧା ଜନତାଙ୍କୁ ପରିଚୟ କରାଇଲେ ସାଧୁ ବୋଲି ନିଜକୁ। 68

ଜଡ଼ିବୁଟି ଦେଖାକରି ଦବାରେ ଲାଗିଲେ ଭାଷଣ
ଘର ମୋର ବୃନ୍ଦାବନ ଶୁଣ ହେ ଶ୍ରୋତା ଗଣ 69

ପାଖେ ଅଛି ମୋ ଔଷଧ ଏକ ଅଜବ ତାହାର ଶକ୍ତି
କରିଲେ ତାକୁ ସେବନ, ପାଇବ ଦୁଖରୁ ମୁକ୍ତି 70

ଯଦି ତୁମେ ରୂହଁ ହେବାକୁ ମୁକ୍ତ ସବୁ ଦୁଖ ବେମାରୀରୁ
ତେବେ ଶୁଣ ହେ ନରନାରୀ କିପରି ଉଦ୍ଧରିବ ଏ ବିପଦରୁ 71

କିଣିକରି ନେଇ ସେବନ କରିବ ବିଧି ଅଟେ ତାର ସହଜ
ଯଦିଓ ତୁଚ୍ଛ ବସ୍ତୁ ଅଟେ ଏହା ଗୁଣ ତାର ଅତିଶୟ 72

ସନ୍ତାନହୀନ ଖାଇବ ଯଦି ଏହି ଔଷଧ ମୋର
ଇଚ୍ଛିତ ଫଳ ପାଇବ ସେ, ପାଇବ ପୁତ୍ର ସନ୍ତାନ 73

ଔଷଧ ମୋର ଯେ ନ କିଣିବ, ଜୀବନ ସାରା ପସ୍ତାଇବ
ମୋ ପରି ପ୍ରାଣୀ, କେବେ ଆଉ ଏଠାକୁ ନ ଆସିବ 74

ଦୁନିଆ ଅଟେ ଦୁଇଦିନର ମେଳା ମଉଜ ମସ୍ତି କରିନିଅ
କିନ୍ତୁ ଏଥିରୁ ମିଳେ ସବୁକିଛି, ତୁମେ ଏହାକୁ ନେଇନିଅ 75

ଶୁଣିକରି କଥାସବୁ ଆଶ୍ଚର୍ଯ୍ୟ ହେଲେ ଜନତା
ମନେ ମନେ ହେଉଥିଲେ ଭାବି କରିବେ କି କଥା 76

ଦୌଡ଼ିଗଲା ସେବକ ଏକ ବାବାଙ୍କ ନିକଟକୁ
ଶୁଣିକରି ବାବା କହିଲେ ଆଣ ତାକୁ ମୋ ପାଖକୁ 77

ଦେଲେ ହୁକୁମ୍ ସେବକକୁ ଆଣ ଧରି ସେ ଦୁଷ୍ଟକୁ
କିମ୍ବା ଦୂର କର କପଟୀକୁ ଏହି ଶିରିଡ଼ି ଧାମରୁ 78

ମୁଁ ଥାଉ ଥାଉ ଏହି ସାଧାସିଧା ଶିରଡ଼ିବାସୀଙ୍କୁ
କୋଉ ନୀଚ କରୁଛି ସାହାସ ତାଙ୍କୁ ଠକିବାକୁ 79

ଏପରି ଢୋଙ୍ଗୀ, କପଟୀ, ଲୁଟେରାଙ୍କୁ କ୍ଷଣକରେ
ପହୁଞ୍ଚାଇବି ମୁଁ ଅନ୍ଧକାରର ସେହି ମହା ଗର୍ଭରେ 80

କ୍ଷଣକରେ ବନ୍ଦ କର ଖେଳ, ଦୂର ହୁଅ ଶିରିଡ଼ି ଗ୍ରାମରୁ
ଢୋଙ୍ଗୀ ଭାବିଲା ମନେ ହେ ଭଗବାନ ରକ୍ଷାକର ଏ ବିପଦରୁ 81

ସାଇଙ୍କ ପରି ଦାନୀ ନ ମିଳିବେ ଏହି ସଂସାରରେ
ଜଗତର କାମ କିଛି ଭି ନଥିଲା ଅସମ୍ଭବ ତାଙ୍କ ପାଖରେ 82

ସ୍ନେହ, ମମତା ଉଦାରତାର ଧାରଣ କର ଆଭୂଷଣ
ମାନବଜାତିର କରସେବା ସଭିଙ୍କୁ କର ଆପଣାର 83

ଯେବେ ଯେବେ ପାପର ଭାର ବଢ଼ିଯାଏ ପୃଥିବୀରେ
ତାକୁ ଦୂର କରିବା ପାଇଁ ସନ୍ଥ ଆସନ୍ତି ଅବତାର ଭାବରେ 84

ପାପ ଓ ଅନ୍ୟାୟ ସବୁ ଯେତେ ହେଉଥାଏ ଏ ଜଗତରେ
ଦୂର କରି ଦିଅନ୍ତି ସାଇ ତାକୁ କ୍ଷଣ ଭରରେ 85

ସ୍ନେହର ଧାରା ବରଷିଯାଏ ରୁହନ୍ତି ସଭିଏଁ ସୁଖରେ
ପରସ୍ପର ହୁଅନ୍ତି ମିଳିତ ସଭିଏଁ ଏକା ସାଥିରେ 86

ଏହିପରି ଥିଲେ ସାଇ ଆମର ନେଇଥିଲେ ଅବତାର
ସମତାର ପାଠ ପଢ଼ାଇ ସଭିଁଙ୍କୁ, କଲେ ପରକୁ ସେ ଆପଣାର। 87

ଅବସ୍ଥାନ କଲେ ଶିରିଡ଼ି ଗ୍ରାମର ଏକ ଭଙ୍ଗା ମସଜିଦରେ
କଲେ ନାମିତ ତାହାକୁ ‘ଦ୍ବାରକାମାୟୀ’ ନାମରେ 88

ରୁଖା ସୁଖା ବାସୀ ମିଳୁଥିଲା ଯାହା ଖାଉଥିଲେ ଆନନ୍ଦରେ
‘ଆଲ୍ଲା ମାଲିକ’ କହୁଥିଲେ ସଦା ରହୁଥିଲେ ସେ ଖୁସୀରେ 89

ସ୍ନେହ ଶ୍ରଦ୍ଧାରେ ଯାହା କିଛି ଦେଉଥିଲେ ଭକ୍ତଗଣ,
ଆଗ୍ରହର ସହ କରି ଗ୍ରହଣ କରୁଥିଲେ କାମନା ପୂରଣ 90

କେବେ କେବେ ବାବା ଯାଉଥିଲେ ବୁଲି ଲେଣ୍ଡିବାଗକୁ
ଲଗାଉଥିଲେ ଗଛ ନିରେଖୁ ଥିଳେ ପ୍ରକୃତି ଛଟାକୁ 91

ରଙ୍ଗବିରଙ୍ଗୀ ପୃଷ୍ପରେ ଭରି ଉଠୁଥିଲା ଲେଣ୍ଡିବାଗ
ବାବାଙ୍କ ପାଦସ୍ପର୍ଶରେ ମହକୁଥିଲା ଚତୁର୍ଦ୍ଦିଗ 92

କେତେ ଭକ୍ତ ଆସୁଥିଲେ ଧାଇଁ ସୁଦୂରଗ୍ରାମରୁ ପଡ଼ି ବିପଦରେ
ନିଜ ମନର ବ୍ୟଥା କହିବାକୁ ଘେରି ରହୁଥିଲେ ବାବାଙ୍କ ଚଉପାଶରେ। 93

ସାଇଙ୍କ ପରି ଦାତା ନାହିଁ କେହି ଏ ସଂସାରରେ
ଦର୍ଶନ ମାତ୍ରେ ତାଙ୍କର, ବିପଦ ଚାଲିଯାଏ କୋଶେ ଦୂରେ 94

ଶୁଣିକରି ସଭିଙ୍କ ଦୁଖ କଥାକୁ ଭରିଯାଉଥିଲା ଆଖି
ଦେଉଥିଲେ ବାବା ସଭିଙ୍କୁ ସେହି ଅବ୍ୟର୍ଥ ଔଷଧ ଭଦି 95

କି ଅଦଭୂତ ଶକ୍ତି ଥାଏ ସେହି ବିଭୂତିରେ
ଦୂର ହୁଏ ସବୁ ଦୁଖ ଧାରଣ କଲେ ତାକୁ ମସ୍ତକରେ 96

ନିତ୍ୟ ଶାନ୍ତି ମିଳେ ସାଇ ନାମ ଜପରେ
ଲକ୍ଷ୍ମୀ ବିରାଜନ୍ତି ସଦା ସେହି ଭକ୍ତ ଘରେ 97

ଧନ୍ୟ ସେହି ମନୁଷ୍ୟ ଯିଏ ପାଇଛନ୍ତି ସାକ୍ଷାତ୍ ଦର୍ଶନ
ହୋଇଛନ୍ତି ପବିତ୍ର ସେ କରି ବାବାଙ୍କ ପାଦପୂଜନ 98

ବାବାଙ୍କର ମହିମା ମୁଁ କିବା ଛାର କରିବି ବର୍ଣ୍ଣନା
ବାବା ତ ଅଟନ୍ତି ମୁକତିର ଦ୍ବାର, ଏହା ସଭିଙ୍କୁ ଜଣା 99

ସାଇ ଚରଣେ କରୁଛି ମୁଁ ବିନମ୍ର ପ୍ରାର୍ଥନା
ରଖ ତବ ଚରଣେ ଏତିକି ମୋ ଶେଷ କାମନା 100
(ଓଁ ଶ୍ରୀ ସାଇନାଥାୟ ନମଃ)

The Significance of Sai Chalisa in Odia Culture

Cultural Importance

Sai Chalisa holds a special place in Odia culture, symbolizing devotion and spiritual connectedness. Explore how this prayer weaves into the fabric of traditions and rituals, enriching the lives of those who embrace it.

Understanding Sai Chalisa

Exploring the Prayer

Unpack the layers of Sai Chalisa, understanding its verses, melodies, and the divine energy it invokes. Witness the beauty of this prayer that transcends language barriers.

Sai Chalisa in Odia PDF: A Digital Perspective

Digital Accessibility

In the age of technology, Sai Chalisa is not confined to traditional scriptures. Discover the ease of accessing the prayer in Odia PDF format, making it available to a global audience.

How to Recite Sai Chalisa in Odia

Step-by-Step Guide

Navigate through the steps of reciting Sai Chalisa in Odia, ensuring a meaningful and spiritually enriching experience. Embrace the rhythm and resonance of each verse.

Benefits of Incorporating Sai Chalisa in Daily Life

Spiritual Rewards

Unlock the spiritual treasures that come with incorporating Sai Chalisa into your daily routine. Delve into the mental, emotional, and spiritual benefits that devotees often experience.

Sai Chalisa in Odia PDF: Where to Find Authentic Versions

Reliable Sources

Ensure an authentic spiritual experience by discovering reliable sources for Sai Chalisa in Odia PDF. Navigate through trusted platforms to access the true essence of the prayer.

Common Misconceptions About Sai Chalisa in Odia

Dispelling Myths

Addressing common myths surrounding Sai Chalisa, this section aims to clarify misconceptions and foster a deeper understanding of the prayer’s true essence.

Personal Experiences with Sai Chalisa in Odia PDF

Real-life Stories

Connect with the personal narratives of individuals whose lives have been touched by Sai Chalisa in Odia PDF. Experience the transformative power through their heartfelt stories.

Impact of Sai Chalisa on Mental Well-being

Holistic Benefits

Explore the profound impact Sai Chalisa has on mental well-being. Uncover the tranquility and peace that practitioners often find through the consistent recitation of this sacred prayer.

FAQs

Is Sai Chalisa only for devotees of Sai Baba?

No its for everyone

How frequently should one recite Sai Chalisa?

as many as you can

Can Sai Chalisa be recited by non-Odia speakers?

no

Are there any variations in the Odia PDF versions?

yes

What makes Sai Chalisa different from other prayers?

spiritually strengthen you

How does Sai Chalisa contribute to a peaceful mind?

remember it

Conclusion

Wrapping it Up

In conclusion, Sai Chalisa in Odia PDF is not just a prayer; it’s a transformative journey that connects individuals to a higher spiritual realm. Embrace the power of devotion, experience the mental well-being it offers, and unlock the spiritual essence that Sai Chalisa holds.

Leave a Comment