saraswati puja odia essay

Lets discuss about saraswati puja odia essay which is a major festival for childrens. Here we will cover all the topics about saraswati puja odia essay.

ଉପକ୍ରମ – Saraswati Puja Odia Essay

ମୁଁ ବରାହିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼େ । ପ୍ରତିବର୍ଷ ଫେବୃୟାରୀ ମାସରେ ବସନ୍ତ ପଞ୍ଚମୀ ଦିନ ଆମ ସ୍କୁଲରେ ସରସ୍ବତୀ ପୂଜା ଜାକଜମକରେ ହୁଏ ।  ଏଥିପାଇଁ ପିଲାମାନେ ଚାନ୍ଦା ଦେଇଥାନ୍ତି । ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ମିଶି ସରସ୍ବତୀ ପୂଜାକୁ ସୁନ୍ଦର ଭାବରେ ପାଳନ କରନ୍ତି ।

ପ୍ରସ୍ତୁତି :

ପୂଜା ପୂର୍ବରୁ ପିଲାମାନେ ଧାର୍ଯ୍ୟ ଚାନ୍ଦା ଶିକ୍ଷକମାନଙ୍କୁ ଦେଇ ଦିଅନ୍ତି । ମୂର୍ତ୍ତି କାରିଗରକୁ ସରସ୍ବତୀ ମୂର୍ତ୍ତି ପାଇଁ ବରାଦ ଦିଆଯାଏ । ପୂଜା ପୂର୍ବଦିନ ସ୍କୁଲ ଓ ସ୍କୁଲ ହତାକୁ ପରିଷ୍କାର ପରିଚ୍ଛନ୍ନ କରାଯାଏ । ପୂଜା ଉପକରଣ ପଦାର୍ଥମାନ କିଣା ହୋଇ ଆସେ । ସରସ୍ବତୀଙ୍କ ମୂର୍ତ୍ତି ଅଣାଯାଇ ସ୍କୁଲ ଘରେ ଗୋଟିଏ ମେଢ଼ରେ ରଖାଯାଏ । ମେଢ଼କୁ ଜରିରେ ସଜାଇ ଦିଆଯାଏ । ସ୍କୁଲ ଘର, ବାରଣ୍ଡା ଓ ଫାଟକରେ ନାନା ରଙ୍ଗର କାଗଜ କାଟି ଅଠା ସାହାଯ୍ୟରେ ମରାଯାଏ । ଫାଟକରୁ ସ୍କୁଲ ଘର ପର୍ଯ୍ୟନ୍ତ ଖୁଣ୍ଟ ପୋତାଯାଇ ବାଣି ଟଙ୍ଗାଯାଇଥାଏ । ସେଥିରେ ଅଠା ଦେଇ ନାନା ରଙ୍ଗର କାଗଜ ପତାକା ମରାଯାଏ । ଫାଟକରେ ଦେବଦାରୁ ପତ୍ର ଟଙ୍ଗାଯାଇଥାଏ । ସ୍କୁଲ ଦ୍ବାର ପାଖରେ କଦଳୀ ଗଛ ପୋତା ଯାଇଥାଏ । ଭୋଜି ପାଇଁ ମଧ୍ୟ ଚାଉଳ, ଡାଲି, ପନିପରିବା, ଜାଳ ଇତ୍ୟାଦି କିଣା ହୋଇ ଆସେ ।

ବର୍ଣ୍ଣନା :

ପୂଜାଦିନ ସକାଳୁ ପିଲାମାନେ ଗାଧୋଇ ସାରି ନୂଆ ପ୍ୟାଣ୍ଟ ଓ ଜାମା ପିନ୍ଧି ସ୍କୁଲକୁ ଆସନ୍ତି । ସେମାନେ ମଧ୍ୟ ପୂଜା କରିବା ପାଇଁ ବହି, ନୂଆ କଲମ, ପେନସିଲ, ସ୍ଲେଟ ଓ ଖଡ଼ି ଆଣିଥାନ୍ତି । ଭୋଗ ଡାଲା ଓ ନଡ଼ିଆ ମଧ୍ୟ ଆଣିଥାନ୍ତି । ନିର୍ଦ୍ଦିଷ୍ଟ ସମୟରେ ବ୍ରାହ୍ମଣ ଆସି ପୂଜା କରେ । ସେତେବେଳେ ମୃଦଙ୍ଗ, ଢୋଲ, ଘଣ୍ଟା, ଝାଞ୍ଜ, ଶଙ୍ଖ ଇତ୍ୟାଦି ବାଜା ବାଜେ । ପୂଜା ପରେ ଆମ୍ଭେମାନେ ପୁଷ୍ପାଞ୍ଜଳି ଦେଇ ସରସ୍ବତୀଙ୍କୁ ବନ୍ଦନା କରୁ ।

ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା            ଯା ଶୁକ୍ଳ ବସ୍ତ୍ରାବୃତ୍ତା ।

ଯା ବୀଣା ବରଦଣ୍ଡ ମଣ୍ଡିତ କରା                ଯା ଶ୍ବେତ ପଦ୍ମାସନା ।

ଯା ବ୍ରହ୍ମାଚ୍ୟୁତ ଶଙ୍କରା ପ୍ରଭୃତିଭିଃ             ଦୈବଃ ସଦା ବନ୍ଦିତା ।

ସା ମାଂ ପାତୁ ସରସ୍ବତୀ ଭଗବତୀ           ନିଃଶେଷ ଜାଡ୍ୟାପହାଃ ।

ଶୁକ୍ଳାଂ ବ୍ରହ୍ମାବିଚାର ସାର ପରମାଂ            ମାହ୍ୟାଂ ଜଗଦବ୍ୟାପିନୀ ।

ବୀଣା ପୁସ୍ତକ ଧାରିଣୀଂ ଅଭଦାଂ             ଜାଡ୍ୟାଂନ୍ଧକାରା ପହାମ୍ ।

ହସ୍ତେ ସ୍ପଟିକଂ ମାଳିକାମ୍ ବିଦଧାତ୍ରୀଂ        ପଦ୍ମାସନେ ସଂସ୍ଥିତାମ୍।

ବନ୍ଦେ ତାଂ ପରମେଶ୍ବରୀ ଭଗବତୀ          ବୁଦ୍ଧିଂ ପ୍ରଦାଂ ଶାରଦାମ୍ ।

ପୂଜା ସରିଲେ ଆମ୍ଭେମାନେ ବାଳଭୋଗ ଖାଉ । ସନ୍ଧ୍ୟା 5ଟା ବେଳକୁ ଆମ୍ଭେମାନେ ପ୍ରସାଦ ସେବନ କରୁ । ତତପରେ ଆମ୍ଭେମାନେ ନିଜ ନିଜ ଘରକୁ ଯାଉ । ପୂଜା ବେଳେ ଗ୍ରାମର ଭଦ୍ରବ୍ୟକ୍ତିମାନେ ନିମନ୍ତ୍ରିତ ହୋଇ ଆସିଥାନ୍ତି । ସେମାନେ ମଧ୍ୟ ପ୍ରସାଦ ସେବନ କରନ୍ତି । ପୂଜାବାସୀ ଦିନ ଆମ୍ଭେମାନେ ସରସ୍ବତୀଙ୍କ ମୂର୍ତ୍ତିକୁ ନଦୀରେ ନେଇ ବିସର୍ଜନ କରୁ ।

ଶେଷକଥା  :

ଆମ ବିଦ୍ୟାଳୟରେ ସରସ୍ବତୀ ପୂଜା ଖୁବ୍ ସୁନ୍ଦର ଭାବରେ ହୁଏ । ଆମ୍ଭେମାନେ ବିଦ୍ୟାଦାତ୍ରୀ ମାଆ ସରସ୍ବତୀଙ୍କୁ ଭକ୍ତି ସହକାରେ ପୂଜା କରୁ ।

READ MORE : air pollution essay in odia pdf, odisha gk,

english to odia translation

February 7, 2024

Leave a Comment