SEBI has caught a case of pump and dump in the stock market techguruodia


Image Courtesy : stock Photo

ମୁମ୍ବାଇ ୨୧।୧: ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ସେୟାର ବଜାରରେ ‘ପମ୍ପ ଆଣ୍ଡ ଡମ୍ପ’ର ଏକ ମାମଲା ଧରିଛନ୍ତି। ବିକାଶ ପ୍ରୋପ୍ପାଣ୍ଟ ଆଣ୍ଡ ଗ୍ରାନାଇଟ୍ କମ୍ପାନୀର ପ୍ରମୋଟରମାନେ ଏକ ଏମିତି ଜମିକୁ ନେଇ ଖେଳ କରିଥିଲେ ଯାହା ସେମାନଙ୍କର ନଥିଲା। କେବଳ ଏତିକି ନୁହେଁ ଏହି ଲୋକମାନେ କମ୍ପାନୀର ବିଜନେସ୍ ସମ୍ପର୍କରେ ମଧ୍ୟ ମିଥ୍ୟା ଦାବି କରୁଥିଲେ। ଯେଉଁଥି ଯୋଗୁ କମ୍ପାନୀର ସେୟାର ୧.୦୨ ପଇସାରୁ ଉପରକୁ ଉଠି ୧୭.୮୫ ଟଙ୍କାକୁ ପହଞ୍ଚି ଯାଇଥିଲା। ଏହା ପରେ କମ୍ପାନୀର ପ୍ରମୋଟରମାନେ ନିଜ ସେୟାର ବିକି ଦେଇଥିଲେ। ଫଳରେ କମ୍ପାନୀର ସେୟାର ମୂଲ୍ୟ ହ୍ରାସ ହୋଇଥିବାବେଳେ ନିବେଶକ ଠକେଇର ଶିକାର ହୋଇଛନ୍ତି।

ଏବେ ସେବି ପ୍ରମୋଟରଙ୍କୁ ଏହି ଖେଳରେ ଅର୍ଜନ କରିଥିବା ଟଙ୍କା ସୁଧ ସହିତ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିକାଶ ପ୍ରୋପ୍ପାଣ୍ଟ ଆଣ୍ଡ ଗ୍ରାନାଇଟସ୍‌ର ସେୟାର ମୂଲ୍ୟ ଏବେ ବିଏସଇରେ ୦.୫୯ ଟଙ୍କାରେ କାରବାର କରୁଛି। ସେବିଙ୍କ ତଦନ୍ତରୁ ପ୍ରମୋଟର୍ସ ବଜରଙ୍ଗ ଦାସ ଅଗ୍ରୱାଲ( ମୃତ) ତାଙ୍କ ପତ୍ନୀ ତଥା କମ୍ପାନୀର ଏମଡି ବିମଲା ଦେବୀ ଜିନ୍ଦଲ, ତାଙ୍କ ଝିଅ ତଥା କମ୍ପାନୀର ଏକଜ୍ୟୁକୁଟିଭ ଡାଇରେକ୍ଟର କାମିନୀ ଜିନ୍ଦଲ ଓ ତାଙ୍କ ସହଯୋଗୀମାନେ  ପାଖାପାଖି ୮ କୋଟି ଟଙ୍କାର ସେୟାର ବିକ୍ରି କରିଥିବାର ଜଣାପଡିଛି।

ଏହି ସେୟାର ବିକ୍ରିରୁ ସେମାନେ ୨୪ କୋଟି ଟଙ୍କା ଲାଭ ଅର୍ଜନ କରିଛନ୍ତି। ବଜରଙ୍ଗ ଦାସ ଅଗ୍ରୱାଲ ନ୍ୟାସନାଲ ୟୁନିୟନିଷ୍ଟ ଜମିଦାର ପାର୍ଟିର ସଂସ୍ଥାପକ ଥିଲେ। କାମିନୀ ଜିନ୍ଦଲ ରାଜସ୍ଥାନର ଗଙ୍ଗାନଗର ନିର୍ବାଚନମଣ୍ଡଳିରୁ ଏହି ପାର୍ଟି ଟିକେଟ୍‌ରେ ନିର୍ବାଚନ ମଧ୍ୟ ଜିତିଥିଲେ। ସେବିଙ୍କୁ ୨୨ ଜୁନ ୨୦୧୮ ଓ ୩୦ ଅଗଷ୍ଟ ୨୦୧୯ମଧ୍ୟରେ କମ୍ପାନୀର ସେୟାର କମିବା ବଢିବା ଯୋଗୁ ଇନାଇଡର ଟ୍ରେଡିଂର ସନ୍ଦେହ ହୋଇଥିଲା। ଏଥିରୁ ସେବି ଯାଞ୍ଚ କରିବାରୁ ଜମି ଲିଜରେ ପ୍ରିଫରେନ୍ସ ସେୟାର ଜାରି କରାଯାଇଥିବାର ଜାଣିବାକୁ ପାଇଥିଲେ। ତେବେ ଜମି ପ୍ରମୋଟର୍ସଙ୍କ ନଥିବାର ଜାଣିବାକୁ ପାଇଥିଲେ।

ତେବେ କମ୍ପାନୀ ପ୍ରିଫରେନ୍ସ ସେୟାର ଜାରି କରିବା ପରେ ଅନେକ ମିଥ୍ୟା ଦାବି ମଧ୍ୟ କରିଥିଲେ। କମ୍ପାନୀ କହିଥିଲା ଯେ ରାଜସ୍ଥାନ ସରକାରଙ୍କଠାରୁ ତାଙ୍କୁ ମାଇନିଂ ଲାଇସେନ୍ସ ମିଳିଛି ଓ ୨୯.୦୮ କୋଟି ଟଙ୍କାର ଅର୍ଡର ମଧ୍ୟ ମିଳିଛି। କମ୍ପାନୀକୁ ଗ୍ରାନାଇଟ ମାଇନିଂ ଓ ପ୍ରୋପାଣ୍ଟ ତିଆରି ପାଇଁ ଏଲଓଆଇ ଲାଇସେନ୍ସ ମିଳିଛି। ଏହା ଛଡା ଋଷିଆର ତୈଳ ଓ ଡ୍ରିଲିଂ କମ୍ପାନୀରୁ ୬.୨୩ କୋଟି ଡଲାରର ୭୫,୫୦୦ ଟନ ପ୍ରୋପାଣ୍ଟ ରପ୍ତାନୀର ଅର୍ଡର ମଧ୍ୟ ମିଳିଛି। ଏପରି ପ୍ରମୋଟର୍ସ  ଅନେକ ମିଥ୍ୟା ଦାବି କରି ସେୟାର ବଜାରରେ ଦର ଚଢାଇ ଲାଗିଥିଲେ।  

EPFOରେ ସାମିଲ୍ ହେଲେ ୭ ଲକ୍ଷରୁ ଅଧିକ ଯୁବକ, ବଢିଲେ ୧୩.୯୫ ଲକ୍ଷ ନୂତନ ସଦସ୍ୟ 




Leave a Comment