story in odia

ଆହାରର ସୁଫଳ (story in odia)

Lets read an story in odia newly written by a prominent writer.

ଜୀବନର ଅଙ୍କାବଙ୍କା ରାସ୍ତାରେ କେତେ ଯେ ବାଧା ତାହା କେବଳ ବାଟୋଇ ହିଁ ଜାଣେ। ଯେଉଁଠି ବାଧା ନାହିଁ ସେଠି ସୁବିଧା ବୋଧେ ନଥାଏ। ମଣିଷ ସବୁବେଳେ ସୁବିଧା ପଥର ଯାତ୍ରୀ। ବାଧାବିଘ୍ନକୁ ସେ ବାହାରିବାକୁ ସବୁବେଳେ ଚାହେଁ। ସୁବିଧା- ବାଦୀ ମଣିଷ ସମସ୍ୟା ବହୁଳ ସଂସାରରେ ଛଟପଟ ହୋଇ କେବଳ ତ୍ରାହି ତ୍ରାହି ଡାକିବାରେ ଲାଗିଥାଏ। ଏବେକାର ମଣିଷ ସୁବିଧାବାଦୀ। କେବଳ ନିଜେ ନିଜେ ସୁବିଧାର ପଥ ଖୋଜିବାରେ ବ୍ୟସ୍ତ। ସେ ସବୁ ମୁଁ ନିଜେ ବୋଲି ବାହାଦୂର ମାରୁଥାଏ। ମଣିଷ ସଦା ସର୍ବଦା ଓ ପ୍ରକୃତି ପାଖରେ ମୁଣ୍ଡ ନୋଇବା ଭଲ ହୋଇଥାଏ।

ପ୍ରକୃତି ପୁରୁଷ ଅନ୍ୟମାନଙ୍କୁ ବଞ୍ôଚବାର ରାହା ଦେଇ ନିଜେ ବଞ୍ଚିବା ଶିଖିବା ଉଚିତ। ଜୀବଜନ୍ତୁ, ବୃକ୍ଷଲତା, ପ୍ରକୃତି ସବୁକିଛି କେବଳ ମଣିଷ ପାଇଁ ଉଦ୍ଦିଷ୍ଟ। ଏବେ ବୋକା ମଣିଷଟି ତାହା ବୁଝିବା ପାଇଁ ଅଧିକ ଆଶା ଓ ସ୍ୱାର୍ଥ ପଛରେ ଗୋଡ଼େଇ ବାଟ ବଣା ହୋଇ ନିଜ ଗୋଡ଼ କେବଳ ନିଜେ ହାଣୁଛି। ଏବେ ସେହି ଗୋଟିଏ ଜୀବ ଏ ମଣିଷ କଥା ବିଚାର କରିବା।

ଶିକ୍ଷିତ ପିଲାଟି ବୋଲି ଗାଁ ଲୋକ କହନ୍ତି ବିମ୍ବାଧରକୁ। ମାଛି କି ମ ବୋଲି କହିବାର କେହିବି ଶୁଣି ନାହାଁନ୍ତି କି ଦେଖି ନାହାଁନ୍ତି। ସବୁବେଳେ ନିରବ ଆଉ ନିଜ କାମରେ ସେ ବ୍ୟସ୍ତ। ପାଠ ଭଲ ତ ସେ ଭଲ। ସାଙ୍ଗସାଥି କେହିବି ତା’ ପାଖରେ ନିଜର ନୁହଁନ୍ତି। ସମସ୍ତେ ନିଜର ଆଉ ସମସ୍ତେ ପର ବୋଲି ସେ ଭାବିଥାଏ। ପ୍ରତିଦିନ ସେ ଗୋଟେ କାଉକୁ ରୁଟି ଦିଏ। ଯାହାକି ରାତିରେ ସେ ଖାଇବାରୁ ବଳାଇ ରଖିଥାଏ।

ପ୍ରତ୍ୟେକ ଜୀବ, ଜନ୍ତୁ, ପକ୍ଷୀମାନଙ୍କୁ ଆଦର କଲେ ସେମାନେ ନିଜର ହୋଇ ଯା’ନ୍ତି। ଅନେକ ବିପଦର ସୂଚନା ଦେଇଥାନ୍ତି। ପରିବେଶକୁ ପରିଷ୍କାର ରଖିବାରେ ଏମାନେ ସହାୟକ ହୋଇଥାନ୍ତି। ବେଳେବେଳେ ସେମାନେ ଅନେକ ବିପଦର ସୂଚନା ମଧ୍ୟ ଦେଇଥାନ୍ତି। ମଣିଷ ବେଳେ ବେଳେ ସେମାନଙ୍କ କଥାକୁ ବୁଝେ ନାହିଁ। ସମସ୍ୟାରେ ପଡ଼େ।

ସେଦିନ ପିଲାଟି ରୁଟି ଦେଲା କାଉ ରୁଟି ଖାଇ କିଛି ଥଣ୍ଟରେ ନେଇ ଅନ୍ୟ କାଉଟିକୁ ଦେଲା। ତା’ ପରେ ବିମ୍ବାଧରକୁ ଅନାଇ ରାବିବାରେ ଲାଗିଲା। ବିମ୍ବାଧର ବୁଝି ପାରୁ ନଥିଲା। ବିମ୍ବାଧର ସେତେବେଳେ ସକାଳୁ ବିସ୍କୁଟ ଖାଇ ଥିଲା। ସେ ବିସ୍କୁଟ ଖଣ୍ଡେ ପକାଇ ଦେଲା। କାଉ ସେ ବିସ୍କୁଟିକୁ ଖାଇଦେଲା। କିଛି ଅଂଶ ମଧ୍ୟ ନେଇ ଉଡ଼ିଗଲା। ବିସ୍କୁଟ ଖାଇ ବିମ୍ବାଧର ପଢ଼ିବାରେ ଲାଗିଲା। କିଛି ସମୟ ପରେ ସେ କାଉଟି ପୁନର୍ବାର ଆସି ସେଇ ଗଛ ତାଳରେ ବସି ଅନ୍ୟ ସ୍ୱରରେ ରାବିଲା। ଯେତିକି ଖାଇବାକୁ ଦେବା କଥା ତା’ଠାରୁ ଅଧିକ ବିମ୍ବାଧର ଦେଇ ସାରିଛି। ବିମ୍ବାଧର କିଛି ବୁଝି ପାରୁ ନଥାଏ।
ସେଦିନ ବିମ୍ବାଧରର ଜଣେ ସାଙ୍ଗ ସହିତ ବୁଲିବାକୁ ଯିବାର ଥିଲା। ବିମ୍ବାଧର କଥା ଦେଇଛି ଯିବା ପାଇଁ। ସେ ସାଙ୍ଗ ସହିତ ବିମ୍ବାଧର କୌଣସି ଦିନ ଯାଇନାହିଁ। ଗାଡ଼ି ତା’ର ସେ ମଧ୍ୟ ଚାଳକ। ବିମ୍ବାଧର ଗାଡ଼ି ଚାଳନା ଶିଖିନାହିଁ।

ତା’ପରେ କାଉଟି ଉଡ଼ିଗଲା ଓ କିଛି ସମୟ ପରେ ପୁନର୍ବାର ଆସିଲା। ସେଇପରି ରାବ ମଧ୍ୟ ଦେଉଥାଏ। ବିମ୍ବାଧର କିଛି ବୁଝିପାରୁ ନଥାଏ କି ସେ ଆଡ଼େ ମଧ୍ୟ ଲକ୍ଷ୍ୟ ଦେଉନଥାଏ। ବିମ୍ବାଧର ପାଠପଢ଼ା ସାରି ଗାଧୋଇବାକୁ ବାହାରି ଗାଧୋଇ ନିଜର ନିତ୍ୟ କର୍ମ ସାରି ଦେଲା।
ବିମ୍ବାଧରର ନିତ୍ୟ କର୍ମ ସାରିବା ମଧ୍ୟରେ ସେ ପିଲାଟି ଆସି ଉପସ୍ଥିତ ହୋଇ ସାରିଥାଏ।

ଶୀଘ୍ର ବାହାରିବା ପାଇଁ ସୂଚାଇ ଦେଲା। ବିମ୍ବାଧର ମଧ୍ୟ ନିଜର ପ୍ୟାଣ୍ଟ ସାଟ୍ ପିନ୍ଧି ବାହାରି ପଡ଼ିଲା। ଘରୁ ବାହାରି ସେମାନେ ଅଳ୍ପ ବାଟ ଯାଇଛନ୍ତି। ସେଇ କାଉଟି ଗୋଟେ ଗାଈ ଉପରେ ବସି ଗାଈକୁ ଖୁମ୍ପୁଥାଏ ଏବଂ ଏମାନଙ୍କୁ ଅନାଇ କର୍କଶ ସ୍ୱରରେ ରାବୁଥାଏ। ବିମ୍ବାଧରର ମନ କାହିଁକି ଅନ୍ୟ ରୂପ ନେଲା। କାଉଟି ଯେମିତି ଜଣାଇ ଦେଉଥିଲା ଆଗରେ ବିପଦ। ବିମ୍ବାଧରର ସାଙ୍ଗ ଗାଡ଼ି ଚଳାଉ ଥାଏ।

ବିମ୍ବାଧର କହିଲା ଧିରେ ଧିରେ ଟିକେ ଚଳା। ସେ କଥାକୁ ସାଙ୍ଗ ତା’ର ହସରେ ଉଡ଼ାଇ ଦେଲା ଏବଂ କହିଲା ତୁ ବସ ବକ୍‌ବକ୍ ହୋନା। ଏମାନେ ତିନି ଚାରି କିଲୋମିଟର ଯାଇଛନ୍ତି। ପିଲାଟି ଗାଡ଼ି ନେଇ ଗୋଟେ କାର୍ ସହିତ ପିଟିଲା। ଦୁହେଁ ଗାଡ଼ିରୁ ଛିଟିକି ପଡ଼ିଲେ। ଏତିକି ସେ କରିଛି ଗାଡ଼ିଟି ହଠାତ୍ ଛାଡ଼ି ଦେଇଛି। ସାଙ୍ଗଟି ଅନ୍ୟ ଜାଗାରେ ଆଉ ବିମ୍ବାଧର ଗାଡ଼ି ତଳେ ପଡ଼ିଲା। ସାଙ୍ଗଟି ଖଣ୍ଡିଆ ଖାବରା ଆଉ ବିମ୍ବାଧରର ଗୋଡ଼ ଭାଙ୍ଗିଲା।

ହାତଟି ଖଣ୍ଡିଆ, ଫଟୋ ଉଠାଇବାରେ ଜଣାପଡ଼ିଲା ଗୋଡ଼ ଭାଙ୍ଗିଛି। ସାଙ୍ଗର ବ୍ୟାଣ୍ଡେଜ୍ ହେଲା। ବିମ୍ବାଧରର ଟିକେ ଖଣ୍ଡିଆ ହୋଇଥିବାରୁ ଖଣ୍ଡିଆ ସୁଖିଲେ ପ୍ଲାଷ୍ଟର ହେବ ବୋଲି ଡାକ୍ତର କହିଲେ।

ମେଡ଼ିକାଲରୁ ଫେରି ବିମ୍ବାଧର ସେଇ କାଉ କଥା ହିଁ ଭାବୁଥିଲା। ବିପଦର ସୂଚନା ସୂଚେଇ ଦେଉଥିଲା କାଉଟି। ପଶୁପକ୍ଷୀମାନେ ନିଜର ଭଳି ଅନ୍ୟର ସବୁବେଳେ ମଙ୍ଗଳ କାମନା କରିଥାନ୍ତି। ପରିବେଶର ସୁରକ୍ଷା ଏମାନେ କରନ୍ତି। ପ୍ରତିଦାନରେ ଏମାନେ କେବଳ ଖାଦ୍ୟ ଚାହାଁନ୍ତି। ବାସ ଏମାନଙ୍କର ଠିକଣା ନଥାଏ ସୁବିଧା ନିଜେ ସୃଷ୍ଟି କରି ରୁହନ୍ତି। ଜୀବଜନ୍ତୁ, ପକ୍ଷୀମାନଙ୍କୁ ଖାଦ୍ୟ ଦେଇ ଆଦର କଲେ ଏମାନେ ନିଜର ମଣିଷଙ୍କ ଠାରୁ ବେଶି ବେଶି ନିଜର ହୋଇଥାନ୍ତି। ମଣିଷ ଉପକାରର ମୂଲ୍ୟ ବୁଝେ ନାହିଁ।

ଉପକାର ପାଇଥିବା ମଣିଷଟି ଅଧିକ ଆଶା କରି ସେ ପାଇବା ଆଶାରେ ଥାଏ। ନ ପାଇଲେ ବୀତସ୍ପୃହ ହୋଇ ବଦନାମ କରେ, ଗାଳି ଦିଏ, ଏବଂ କୁତ୍ସାରଟନା କରେ। ଯେତେ ପ୍ରକାର ଜୀବଜନ୍ତୁ ଅଛନ୍ତି ସମସ୍ତଙ୍କଠାରୁ ମଣିଷହିଁ ବେଶି ସ୍ୱାର୍ଥବାଦୀ। ସମସ୍ତଙ୍କୁ ନିଜ କାମରେ ଲଗାଇ ସେ ସୁବିଧା ହାସଲ କରିଥାଏ। କାହାକୁ କାର୍ଯ୍ୟରେ ତ କାହାକୁ ନିଜର ଖୁସି ପାଇଁ ରଖିଥାଏ। ବିମ୍ବାଧର ମନେ ମନେ ଖୋଜୁ ଥିଲା ସେଇ କାଉଟିକୁ। କିଛି ସମୟ ପରେ ସେହି କାଉଟି ହିଁ ଆସିଲା ଏବଂ ବିମ୍ବାଧର ଝରକା ପାଖରେ ବସିଲା।

ଏକ କଟାକ୍ଷ ଚାହାଁଣିରେ ଅନାଇ ଯେପରି କହୁଥିଲା, “ମୋ କଥା ନ ମାନି ତୁ ହଇରାଣ ହେଲୁତ। ଆଉ ଏପରି ଜମା କରିବୁ ନାହିଁ।” ମୁଣ୍ଡଟି ହଲାଇ ଦେଲା ବିମ୍ବାଧର। ବିସ୍କୁଟ୍‌ଟି ଫୋପାଡ଼ି ଦେଲା କାଉ ଉଦ୍ଦେଶ୍ୟରେ। କାଉଟି ଥଣ୍ଟରେ ତା’ ଆହାର ନେଇ ଉଡ଼ିଗଲା। ଆହାରର ସୁଫଳ ନିଶ୍ଚିତ ଅଛି।

ଅକାଳରେ ଜୀବନ ଗଲା (story in odia)

ଆମର ବିକାଶ ଯେଉଁପରି ଭାବରେ ଆଗେଇ ଚାଲୁଛି ଆମ୍ଭେମାନେ ତଦନୁରୂପେ ଅସୁବିଧାରେ ପଡ଼ୁଛୁ। ତାହାର କାରଣ ବିଭିନ୍ନ ଦିଗ ହୋଇପାରେ। ଆମ୍ଭେମାନେ ପୂର୍ବରୁ ଚାଷ କରୁଥିଲୁ ବଳଦରେ। ଏବେ ଆମ୍ଭେ କଳରେ ଚାଷ କରୁଛୁ। କୃଷକମାନଙ୍କୁ ଅତ୍ୟଧିକ ପରିଶ୍ରମରୁ ନିବୃତ୍ତ ପାଇଁ ବେଳକୁ ବେଳ, ଅନେକ ଯନ୍ତ୍ରଗାଡ଼ିର ବ୍ୟବହାର କରାଯାଉଛି। ହଳ, ଲଙ୍ଗଳ ଚାଷ ଏବେ ଇତିହାସ ହୋଇଗଲାଣି।

Read More story in odia: story in odia

odia kahani, odia story book, odia gapa story

ଏହାର ଫଳ ଏବେ ଚାଷୀଙ୍କୁ ଭୋଗିବାକୁ ହେଉଛି। ବେଳେବେଳେ ଫସଲ ନଷ୍ଟଜନିତ ଦୁଃଖରେ ମୁଣ୍ଡରେ ହାତ ଦେଇ ବସୁଛି ଚାଷୀ। ଲୋକମାନେ ଗାଈ ପାଳି ଅଣ୍ଡିରା ବାଛୁରିଟିକୁ ବଳଦ ନକରି ଷଣ୍ଢ କରି ଛାଡ଼ିଦେବା ଫଳରେ ରାସ୍ତା ଅବରୋଧ ଓ ଫସଲ ନଷ୍ଟଜନିତ ଅସୁବିଧାରେ କୃଷକ ମରୁଛି। ଷଣ୍ଢ ପରିମାଣ ଏତେ ହେଲେଣି କି ସେମାନଙ୍କଠାରୁ ନିସ୍ତାର ନାହିଁ। ରାସ୍ତା ଘାଟରେ, ଯେଉଁଠାରେ ଦେଖିବ ଖାଲି ଷଣ୍ଢ ହିଁ ଷଣ୍ଢ।

ଅନ୍ୟପକ୍ଷରେ ଏବେ ବେକାର ସଂଖ୍ୟାର ମଧ୍ୟ ବୃଦ୍ଧି ଘଟିଛି। ଏବେ ଅଠର ବର୍ଷରୁ ଊର୍ଦ୍ଧ୍ୱ ପିଲାମାନେ ମଦପିଇ ଗାଡ଼ି ଚଳାଇ ଦୁର୍ଘଟଣାରେ ମୃତ୍ୟୁବରଣ କରିବା କିଛି କମ୍ ନାହିଁ।

ପିଲା ଦୁହେଁ ସାଙ୍ଗ। କେବଳ ସାଙ୍ଗ ନୁହେଁ ପ୍ରାଣର ସାଙ୍ଗ। ସୁରେନ୍ଦ୍ର ଓ ବୀରେନ୍ଦ୍ର, ଜାତି ଅଲଗା କେବଳ ସମବୟସ୍କ। ଦୁଇଜଣଙ୍କର ବୟସ ତେଇଶି ବର୍ଷ। ପାଠ ପଢ଼ିବା ପରେ ବେକାର। ଦୁଇଜଣଙ୍କର ବାପାଙ୍କର ରୋଜଗାର ଅଛି। ପିଲା ଦୁଇଜଣ ପିତାଙ୍କର ଏକମାତ୍ର ପୁତ୍ର। ଏଣୁ ଗେଲବସରରେ ବଢ଼ିଛନ୍ତି। ଯାହା କଲେବି ଭୁଲରେ କେହି ଭରସି କିଛି କୁହନ୍ତି ନାହିଁ। ଏମାନେ ଯାହା କିଛି କରନ୍ତି ସବୁ ନିଜର କ୍ଷତି ହୋଇଥାନ୍ତି।

ଏମାନେ ତ ମଦ ନିଶାରେ ସବୁବେଳେ ଚୁର୍ ହୋଇ ରହିଥାନ୍ତି। ସବୁବେଳେ ଏମାନେ ଯାହା କରନ୍ତି ବା କୁହନ୍ତି ଅସାମାଜିକ ଭଳି ବ୍ୟବହାରହିଁ କରନ୍ତି। ଏଣୁ ଏମାନଙ୍କୁ ପ୍ରତିବାଦ କେହି କରିପାରନ୍ତି ନାହିଁ। ପିତାମାତାଙ୍କୁ ଏମାନେ ମାନନ୍ତି ନାହିଁ କି କୌଣସି କଥାକୁ ଏମାନେ ଗ୍ରହଣକରି ଭଲ ବାଟକୁ ଆସି ପାରନ୍ତି ନାହିଁ।

ମଣିଷ ସଚେତନ ନହେଲେ ତାକୁ ହିଁ ଅସୁବିଧାରେ ପଡ଼ିବାକୁ ହୋଇଥାଏ। ଅସାବଧାନତାରୁ ଦୁର୍ଘଟଣା ହୋଇଥାଏ। କାହାପାଇଁ ନୁହେଁ ନିଜ ଗୁଣରୁ ହିଁ ମଣିଷ ବିପଦରେ ପଡ଼ିଥାଏ।

ପିଲା ଦୁହେଁ ଭାରି ଖୁସି ଥିଲେ। ହାତରେ ଅର୍ଥ ଥାଏ। ଦୁହେଁ ବସି ମୋବାଇଲରେ ଖେଳ ଖେଳୁଥାନ୍ତି। ଅନ୍ୟ ସାଙ୍ଗ ଦୁହେଁ ଆସି ପହଁଚିଲେ। କଥା ହେଲା ଚିକେନ୍ ଆଉ ପିଇବା ହେବ। ତାହାପରେ ଫିଷ୍ଟ ହେବ।

ପିଲା ଦୁଇଜଣ ପିଇଲେ ଏବଂ ଚିକେନ୍ ଖାଇଲେ। ନିଶାରେ ଚୁର୍ ହୋଇଥାନ୍ତି। ପିଇ ପିଇ ଆଉ ପିଇବା ପରିସ୍ଥିତିରେ ନାହାଁନ୍ତି। ସୁରେନ୍ଦ୍ର ଅଧାଟାକୁ ପେଣ୍ଟରେ ପୁରାଇଲେ। ବୀର ମଧ୍ୟ ନିଶାରେ ଚୁର୍। ଦୁହେଁ ଘରକୁ ଯିବେ। ରାତି ୯ଟା ବାଜିଲା ଗାଡ଼ି ଦୁହେଁ ଧରି ଚାଲିଲେ। ନିଶା ଅତ୍ୟଧିକ। ଗାଡ଼ି ମଧ୍ୟ ସ୍ପିଡ଼୍ ୧୦୦। ସିଧା ଗାଡ଼ି ବାଡ଼େଇଲେ ଏକ ଟ୍ରାକ୍ଟର ସହ।

ସଙ୍ଗେ ସଙ୍ଗେ ଠୋ ଶବ୍ଦ କରି ବୋତଲ ଗଳିଲା ହାଇଡ୍ରୁସ୍‌ରେ। ସଙ୍ଗେ ସଙ୍ଗେ ପ୍ରାଣ ନିର୍ବାପିତ। ବୀର ଛିଟିକି ପଡ଼ିଲା ଏବଂ ଖଣ୍ଡିଆ ଖାବରା ହେଲା। ସଙ୍ଗେ ସଙ୍ଗେ କଟକ ନିଆଗଲା। ଆୟୁସିରେ ଦୁଇଦିନ ପରେ ସେ ମଧ୍ୟ ଶେଷ ନିଃଶ୍ୱାସ ତ୍ୟାଗ କଲା। ଅବାଟରେ ଯିବାରୁ ଅକାଳରେ ଦୁଇଟି ଜୀବନ ଗଲା।

for more stories you can click here

ଘରୁ ଅନ୍ତର (story in odia)

କେବଳ ପୁଅମାନେ ଯେ ବେକାର ଆଉ ବେପରୁଆ ହେଉଛନ୍ତି ତାହା ନୁହେଁ। ଝିଅମାନଙ୍କ କ୍ଷେତ୍ରରେ ମଧ୍ୟ କିଛିଟା ପରିଲକ୍ଷିତ ହେଉଛି। ଝିଅମାନେ ମଧ୍ୟ ବେପରୁଆ ଭାବରେ ଅଛନ୍ତି। ଏହା ବର୍ତ୍ତମାନର ଅପସଂସ୍କୃତିର ଫଳ। ଆମେ ଆମର ପରମ୍ପରା ଓ ସଂସ୍କୃତି ଭୁଲି ଯାଇଛୁ। ଆପଣେଇ ନେଇଛୁ ଆଧୁନିକ ସଭ୍ୟତା। ଆଧୁନିକ ପରିପାଟୀରେ ସଜ୍ଜିତ ହେବାକୁ ବେଶୀ ବେଶୀ ପସନ୍ଦ କରୁଛନ୍ତି ଆମର ଶିକ୍ଷିତା ଝିଅମାନେ। ଏବେ ସବୁ ଝିଅମାନଙ୍କର ଓଠରେ ଲିପଷ୍ଟିକ୍। ଆଉ ଆଧୁନିକ ପରିପାଟୀ।

ବିଚରା ବୁଢ଼ା ମାଷ୍ଟରଟି ବିଦ୍ୟାଳୟରେ ଏହି ଝିଅମାନଙ୍କର ହାବଭାବ ପାଇଁ ନିଶ୍ଚିତ ହେଲେ। ପିଲାମାନେ ଘରେ ଯାଇ କହିଲେ। ମା’ମାନେ ନିରବ ରହିଲେ କେତେକ ଗାଳି ମଧ୍ୟ ଦେଲେ। ବିଦ୍ୟାଳୟରେ ଥିବା ଦିଦି ଜଣକ ସାର୍‌ଙ୍କୁ କହିଲେ, “ଆପଣଙ୍କର କ’ଣ ଅସୁବିଧା ହେଉଛି। ପିଲାମାନେ ଲିପ୍‌ଷ୍ଟିକ୍ ମାରିଲେ ବା ଆଉ କ’ଣ କଲେ, ଆପଣଙ୍କର ବିରୋଧାତ୍ମକ କଥା ପାଇଁ ଗାଁରେ ଆପଣଙ୍କ ବିଷୟରେ ଚର୍ଚ୍ଚା।

ଆପଣ ଆଉ କେବେ ଏପରି ମନ୍ତବ୍ୟ ଦେବେ ନାହିଁ। କାରଣ ଦିଦି ଜଣଙ୍କ ବିଦ୍ୟାଳୟକୁ ଏହିପରି ଭାବରେ ଆସନ୍ତି। ତାକୁ ଟିକେ ଅଡ଼ୁଆ ଲାଗୁଛି। ଏଣୁ ସିଧା ସିଧା ସେ ଶୁଣାଇ ଦେଲେ। ବିଚରା ଅବସରକୁ ଅପେକ୍ଷା କରିଥିବା ଶିକ୍ଷକ ଜଣକ କାନ ମୋଡ଼ିହୋଇ ଚାପୁଡ଼ା ଖାଇଲେ। ଶେଷ ଚାକିରି ଅବସ୍ଥାରେ ସେ କେବେ ବଦନାମ ହେବାକୁ ଚାହୁଁନଥିଲେ।

ପିଲାମାନଙ୍କୁ ଏଭଳି ମନ୍ତବ୍ୟରେ କେତେକ ମା’ମାନେ ପଚାରିବାକୁ ଚାହୁଁଥିଲେ, ସେମାନେ ଦିଦିକୁ କହିଲେ ଓ ଦିଦି ମଧ୍ୟ ସାର୍‌ଙ୍କୁ ସବୁ କଥା କହିଲେ। ସାର୍‌ଙ୍କର ଚାକିରିକାଳ ଆଉ ମାତ୍ର ଛ’ମାସ ଅଛି। ଯାହା ହେଉ ସାର୍ ଜଣକ ସଚେତନ ହେଲେ।

ଶିକ୍ଷକ ଜଣକ ଏବେକାର ଚଳଣି ଏବଂ ପିଲାମାନଙ୍କର ବ୍ୟବହାରରେ ଅତିଷ୍ଟ ହେଲେ ମଧ୍ୟ ନିରବ ରହିଲେ। ଅନେକ ପିଲା ଏବେ ବାପାମା’ଙ୍କର କଥାରେ ନାହାଁନ୍ତି। କେତେକ ଝିଅଙ୍କର ମା’ମାନେ ମଧ୍ୟ ଚାହାଁନ୍ତି କି ଝିଅ କାହା ହାତ ଧରି ଚାଲିଗଲେ ମୁକ୍ତି, ହୁଏତ ସବୁ ପରିବାର ନୁହେଁ। କେତେକ ଗରିବ ପରିବାର, ମଧ୍ୟବିତ୍ତ ତଥା ରକ୍ଷଣଶୀଳ ପରିବାରରେ ଏପରି ଝିଅମାନଙ୍କର ଯିବାରେ କେତେକଙ୍କୁ କଷ୍ଟ ଦେଲେ ଆଉ କେତେକ ଶାନ୍ତିରେ ନିଃଶ୍ୱାସ ମାରନ୍ତି।

ରୁପା ଓ ସୁପା ଦୁହେଁ ଅନ୍ତରଙ୍ଗ ସାଙ୍ଗ। ଦୁହିଁଙ୍କର ପରିବାର ମଧ୍ୟବିତ୍ତ। ଏମାନଙ୍କର ଭାବ ମଧ୍ୟ ଅସ୍ୱାଭାବିକ। ଏମାନେ ଏହି ବିଦ୍ୟାଳୟର ଛାତ୍ରୀ ଥିଲେ। ସେହି ସାର୍‌ଙ୍କର ଛାତ୍ରୀ ମଧ୍ୟ। ଏମାନେ ନିଜ ବାପାମା’ଙ୍କ କଥା ମାନନ୍ତି ନାହିଁ। ସାର୍‌ଙ୍କ କଥା ମାନିବା ସ୍ୱପ୍ନ।

ସେମାନେ କାହାକୁ ମାନିବା ଅବସ୍ଥାରେ ନଥାନ୍ତି। ବାପାଙ୍କ ପାଖରୁ ଅଳିକରି ସ୍ମାର୍ଟ ଫୋନ୍ ଏମାନେ ରଖିଛନ୍ତି। ଦୁହେଁ ମଧ୍ୟ କଲେଜ ଶିକ୍ଷାରୁ ଭଲପାଇବା ଆରମ୍ଭ କରିଛନ୍ତି। କଲେଜରେ ଉପର ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କ ସହିତ ଏମାନଙ୍କର ହାବଭାବ ଅଛି। ଏହି ହାବଭାବ ତା’ପରେ ସତରେ ପରିଣତ ହେବା ପାଇଁ ଗଲା।

ଦୁଇଜଣ ଯେଉଁ ପିଲା ଦୁଇଜଣଙ୍କୁ ଭଲପାଉଥିଲେ ସେମାନଙ୍କ ସହିତ ଫୋନ୍‌ରେ ଗପିବାରେ ଏମାନଙ୍କ ସମୟ ଅତିବାହିତ ହେଲା। ଫୋନ୍‌ରେ ରିଚାର୍ଜ ମଧ୍ୟ ଏ ପୁଅ ଦୁଇଜଣ କରିଥାନ୍ତି, କେବଳ ଏମାନେ ନୁହଁନ୍ତି ଅନେକ ମଧ୍ୟ ଏହି କାମ କରିଥାନ୍ତି। ପିଲାମାନେ ବାଟ ମାରଣା ହେଉଛନ୍ତି ଏହି ମୋବାଇଲ ପାଇଁ। ଆମ୍ଭର ବିକାଶ ପାଇଁ ବା ଲୋକମାନଙ୍କର କଲ୍ୟାଣାର୍ଥେ ଉଦ୍ଦିଷ୍ଟ ପଦାର୍ଥ ଜନକଲ୍ୟାଣ ପରିବର୍ତ୍ତେ କ୍ଷତି ପହଞ୍ଚାଇ ଥାଏ।

ବିବେକ ଶୂନ୍ୟ ପିଲାମାନେ ହିତାହିତଜ୍ଞାନ ଭୁଲି ଏହି କାର୍ଯ୍ୟ କରିଥାନ୍ତି। ସୁପା ତା’ର ପ୍ରେମିକ ସଙ୍ଗେ ପଳାଇଲେ ବହୁତ ଦୂରକୁ। ରୁପା ମଧ୍ୟ ପରେ ପରେ ତାହାହିଁ କଲା। ଏମାନେ ଘରୁ ଓ ସମସ୍ତଙ୍କଠାରୁ ଅନ୍ତର ହେଲେ ସବୁଦିନ ପାଇଁ।

ହରାଇଲୁ (story in odia)

ଘରୁ ଅନ୍ତର ହୋଇ ସମସ୍ତ ପ୍ରିୟଜନଙ୍କୁ ପର କରି ଘର ଛାଡ଼ି ନିଜ ପ୍ରେମିକଙ୍କ ସହ ଏମାନେ ଆସି ହାଇଦ୍ରାବାଦରେ ରହିଲେ। ରୁପାର ପ୍ରେମିକ-ସ୍ୱାମୀ ନରେନ୍ଦ୍ର। ଏମାନେ କୋଟ୍ ମ୍ୟାରେଜ୍ କରି ପାଣି ପାଇପ୍ କାର୍ଯ୍ୟରେ ନିୟୋଜିତ ହୋଇ ରହିଲେ।। ଘରେ ଗୋବିନ୍ଦ ଓ ନରେନ୍ଦ୍ର ବାପାଙ୍କ ଅର୍ଥରେ ଅୟସ କରୁଥିଲେ। ଏବେ ନିଜେ ରୋଜଗାର କରି ଚଳୁଛନ୍ତି। ପରିବାର ପରିଜନଠାରୁ ଅଲଗା ହୋଇ ଏମାନେ ବାହାରେ ରହୁଛନ୍ତି।

ଅର୍ଥ ଉପାର୍ଜନ କରି ବାହାରେ ଚଳିବାର କଷ୍ଟ ମଧ୍ୟ କରୁଛନ୍ତି। ସଂସାର କରି ସଂସାର ଚଳାଇବାର ଦାୟିତ୍ୱରେ ନୂଆ ନୂଆ ଭାରିଭଲ ଲାଗୁଥିଲା। କିଛିଦିନ ଗଲା। ଭଲ ପାଇବାରେ ଧିରେଧିରେ ଫିକା ପଡ଼ିଲା। ମନରେ ଯେଉଁ ଭଲ ପାଇବା ଥିଲା, ତାହା ମଧ୍ୟ ଫିକା ପଡ଼ିଲା। ଏବେ ପ୍ରତ୍ୟେକ ଭୁଲ କରିବାର ପରିଣାମ ବୁଝିବା ହେଲା। ପରିବାର ପରିଜନଙ୍କଠାରୁ ଅନ୍ତର ହୋଇ ବାହାରେ ବାହାହୋଇ ରହିବାର ପରିଣାମ ପ୍ରତ୍ୟେକ ପାଇଲେ। ତା’ପରେ ଥରେ ଗୋବିନ୍ଦ ମନ ମଧ୍ୟରେ ଥିବା ହିଂସାର ରାକ୍ଷସଟା ଜାଗ୍ରତ ହେଲା।

ଗୋବିନ୍ଦ ନିଜେ ଭଲପାଇ ବାହାହୋଇଥିବା ସ୍ତ୍ରୀକୁ ଅନ୍ୟ ହାତକୁ ଟେକି ଦେବାର ମଧୁସା କଲା ଏବଂ ପରେ ପରେ ଦୁଇଲକ୍ଷ ଟଙ୍କାରେ ତାକୁ ବିକ୍ରିକରି ଦେଲା। ତା’ପରେ ଗୋବିନ୍ଦ ଭିଜା ବାହାର କରି ଦୁବେଇ ପଳେଇ ଗଲା।

ତା’ପରେ ନରେନ୍ଦ୍ର କ’ଣ କରିବ ନ କରିବ ଚିନ୍ତାରେ ସବୁବେଳେ ନିରବ ରହୁଥିଲା। ଏକଥା ସୁପ୍ରିୟା ମଧ୍ୟ ଜାଣିଲା। ଗୋବିନ୍ଦ କଥା ଭାବି ସେ ମଧ୍ୟ ଚିନ୍ତିତ ହେଲା। କେଉଁପରି ଭାବରେ ନରେନ୍ଦ୍ରକୁ ଛାଡ଼ିବା ପାଇଁ ସେ ସୁଯୋଗ ଅପେକ୍ଷାରେ ରହିଲା। ତା’ପରେ ସୁପ୍ରିୟା ନରେନ୍ଦ୍ରକୁ ଛାଡ଼ିବପାଇଁ ଚିନ୍ତା କଲା।

ଯଦି ସେ ଛାଡ଼ିବ ତେବେ ସେ ଯିବ କୁଆଡ଼େ? ଯଦି ସେ ରହୁଛି ତେବେ ତା’ ଅବସ୍ଥା ଯଦି ରୁପା ଭଳି ହୁଏ। ସେ ତ ଘରକୁ ଫେରିପାରିବ ନାହିଁ। ତେବେ ସେ ଯିବ କୁଆଡ଼େ?

ସୁପ୍ରିୟା ନରେନ୍ଦ୍ରକୁ ଛାଡ଼ିବାପାଇଁ ନିଶ୍ଚିତ କଲା। ସୁପ୍ରିୟା କିଛି ଅର୍ଥ ସଂଗ୍ରହ କରି ସୁଯୋଗ ଅପେକ୍ଷାରେ ରହିଲା। ନରେନ୍ଦ୍ର ସେଦିନ କାମକୁ ଯାଇଥାଏ। ସୁପ୍ରିୟା ନରେନ୍ଦ୍ରକୁ ଛାଡ଼ିବାର ନିଶ୍ଚିତ ନେଲା ଘରୁ ବାହାରି ଗଲା ସୁପ୍ରିୟା। ତା’ପରେ ସୁପ୍ରିୟା ଟ୍ରେନ୍ ଧରିଲା। କୁଆଡ଼େ ଯିବ କେଉଁଠାକୁ ଯିବ ସୁପ୍ରିୟା ଜାଣେ ନାହିଁ। ଟ୍ରେନ୍ ଚାଲିଛି, ସୁପ୍ରିୟା ମନରେ ଅସୁମାରି କଳ୍ପନା।

ସେ ଘରକୁ ଫେରି ପାରିବ ନାହିଁ ଆଉ ସେ ମଧ୍ୟ ନରେନ୍ଦ୍ର ପାଖକୁ ଫେରିପାରିବ ନାହିଁ ଦୁଇଟି ବାଟ ବନ୍ଦ କରିଛି। ଏବେ ସେ କେଉଁ ବାଟକୁ ଯାଉଛି ତାହା ନିଜେ ମଧ୍ୟ ଜାଣେ ନାହିଁ। ତା’ପାଇଁ ରାସ୍ତା କେଉଁଟା। ଜୀବନରେ ସେ ଏବେ ସବୁ ହରାଇ ଦେଇଛି। କ୍ଷଣିକ ସୁଖ ପାଇଁ ସେ ପରିବାର ପ୍ରିୟଜନ ସମସ୍ତଙ୍କୁ ହରାଇଲା। ଯାହା ହାତ ଧରିଲା ତାକୁ ମଧ୍ୟ ଛାଡ଼ିଲା। ଜୀବନରେ ସବୁକିଛି ହରାଇ ଦେଇଛି।

ସେ ହରାଇ ଦେବାର କୋହରେ ଆଖିରୁ ବହି ଚାଲିଛି ଧାରା ଶ୍ରାବଣ। ଲୁହର ବନ୍ୟା। ଟ୍ରେନ୍ ଚାଲିଛି। ଆଉ ଟ୍ରେନ୍‌ର ଗତି ବଢ଼ି ଚାଲିଛି “ହରାଇଲୁ ହରାଇଲୁ ଆଉ ହରାଇଲୁ।” ଜୀବନରେ ଯାହା ପାଇଥିଲୁ ସହଜରେ ଯାହା ମିଳେ ତାହା ସୁଖ ନୁହେଁ କେବଳ ଦୁଃଖ ଆଉ ଦୁଃଖ। ଟ୍ରେନ୍‌ର ଗତି ଏବଂ ଶବ୍ଦ ସହିତ ସୁପ୍ରିୟାର କୋହ ମିଶି କହୁଛି “ହରାଇଲୁ”।

Read more story in odia: story in odia

odia gapa story, odisha gk pdf 2023, Swain Flu ସ୍ଵାଇନ୍ ଫ୍ଲୁ | Influenza (ଏଚ୍1 ଏନ୍1) ରୋଗ ସମ୍ପର୍କରେ କିଛି ଜାଣିବା କଥା, Aladdin O Kuhuka Dipa Odia Book, ganesh puja odia essay ଗଣେଶ ପୂଜା

Leave a Comment