Team India got a big blow

Image Courtesy : abplive

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଜାନୁଆରୀ ୨୫ରେ ଆରମ୍ଭ ହେଉଥିବା ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଭାରତକୁ ବହୁତ ବଡ଼ ଝଟକା ଲାଗିଛି। ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ସମସ୍ତ ଟେଷ୍ଟରୁ ବାଦ୍ ପଡ଼ି ପାରନ୍ତି। ଗୋଇଠିରେ ଆଘାତଜନିତ ସମସ୍ୟା ଯୋଗୁଁ ଶାମିଙ୍କୁ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଦଳରେ ସ୍ଥାନ ମିଳିନି। ଆଶା କରାଯାଉଥିଲା ଶେଷ ତିନୋଟି ଟେଷ୍ଟରେ ଶାମି ଦଳକୁ ଫେରି ପାରନ୍ତି। ହେଲେ ତାଙ୍କର ଆଘାତ ଗୁରୁତର ଥିବାରୁ ତାଙ୍କର ଟେଷ୍ଟ ସିରିଜ୍ ଖେଳିବାର ସମ୍ଭାବନା କମ ରହିଛି। ଏପରିକି ଶାମିଙ୍କୁ ଉନ୍ନତ ଚିକିତ୍ସା ପାଇଁ ଲଣ୍ଡନ ପଠାଯିବାର ନିଷ୍ପତ୍ତି ନିଆଯାଇପାରେ।

Also read- ରାମ ମନ୍ଦିରକୁ ମିଳିଲା ଦୁନିଆର ସବୁଠୁ ମହଙ୍ଗା ରାମାୟଣ, ମୂଲ୍ୟ ଦେଢ ଲକ୍ଷରୁ ଅଧିକ

ମହମ୍ମଦ ଶାମି ବିଶ୍ଵକପରେ ଦମଦାର ପ୍ରଦର୍ଶନ କରି ମାତ୍ର ୭ଟି ମ୍ୟାଚ୍‌ରେ ୨୪ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ। ମାତ୍ର ବିଶ୍ଵକପ୍‌ ପରେ ପରେ ତାଙ୍କର ଗୋଇଠି ସମସ୍ୟା ଗୁରୁତର ହୋଇଥିଲା। କ୍ରିକବଜ୍‌ର ରିପୋର୍ଟ ଅନୁସାରେ, ଶାମିଙ୍କୁ ବିଶେଷଜ୍ଞ ପରାମର୍ଶ ନେବା ପାଇଁ ଜାତୀୟ କ୍ରିକେଟ୍ ଏକାଡେମୀର କ୍ରୀଡା ଓ ବିଜ୍ଞାନର ମୁଖ୍ୟ ନୀତିନ ପଟେଲ୍‌ଙ୍କ ସହ ଲଣ୍ଡନ ପଠାଯାଇପାରେ। ତେବେ ଏ ପର୍ଯ୍ୟନ୍ତ ଏହା ଉପରେ ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ।

ଏହା ପୂର୍ବରୁ ବିସିସିଆଇ ସୂର୍ଯ୍ୟକୁମାର ଯାଦବଙ୍କୁ ଚିକିତ୍ସା ପାଇଁ ଜର୍ମାନୀ ପଠାଯାଇଥିଲା। ସେଠାରେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି। ଜାନୁଆରୀ ୧୭ରେ ସୂର୍ଯ୍ୟକୁମାରଙ୍କ ସର୍ଜରୀ ହୋଇଥିଲା। ଆଇପିଏଲ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ  ପ୍ରତ୍ୟାବର୍ତ୍ତନ ଘଟିପାରେ ବୋଲି  ଆଶା କରାଯାଉଥିଲା। ଏହା ବ୍ୟତୀତ ଉନ୍ନତ ଚିକିତ୍ସା ପାଇଁ ଋଷଭ ପନ୍ତଙ୍କୁ ବିସିସିଆଇ ଲଣ୍ଡନ ପଠାଇପାରେ ବୋଲି ନିଷ୍ପତ୍ତି ନେଇପାରେ।

Leave a Comment