the CEO of Vistex Asia, died on Thursday in an accident techguruodia


ନୂଆଦିଲ୍ଲୀ: କମ୍ପାନିର ରୌପ୍ୟ ଜୟନ୍ତୀ ଉତ୍ସବରେ ଘଟିଲା ଦୁର୍ଘଟଣା। ଷ୍ଟେଜ୍‌ ଉପରେ ଚାଲିଗଲା ସିଇଓଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ହାଇଦ୍ରାବାଦରେ। ଏଠାରେ ରାମୋଜି ଫିଲ୍ମ ସିଟିରେ ଏକ ପ୍ରାଇଭେଟ କମ୍ପାନି ଭିସଟେକ୍ସ ଏସିଆର ରୌପ୍ୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଚାଲିଥିଲା। ହେଲେ ଚାହୁଁ ଚାହୁଁ ଖୁସିର ମାହୋଲ ଉପରେ ଘୋଟିଯାଇଥିଲା କଳା ବାଦଲ।

ସୂଚନା ଅନୁଯାୟୀ, ସମାରୋହ ସମୟରେ ସିଇଓ ସଞ୍ଜୟ ଶାହ (୫୬) ଏବଂ କମ୍ପାନିର ଅଧ୍ୟକ୍ଷ ରାଜୁ ଦାତଲା (୫୨) ଏକ ଚମତ୍କାର ଢଙ୍ଗରେ ଷ୍ଟେଜ୍‌କୁ କ୍ରେନ୍‌ରେ ଓହ୍ଲାଉଥିଲେ। ହେଲେ ହଠାତ୍‌ କ୍ରେନ୍‌ର ତାର୍‌ ଛିଣ୍ଡି ପଡ଼ିଥିଲା। ଆଉ କଂକ୍ରିଟ୍‌ ଷ୍ଟେଜ୍‌ ଉପରେ ପଡ଼ି ସିଇଓ ସଞ୍ଜୟ ଶାହଙ୍କ ମୃତ୍ୟୁ ହୋଇଛି। ସେହିଭଳି ଅଧ୍ୟକ୍ଷ ମଧ୍ୟ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାର ଏକ ଦୁଃଖଦ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ମଧ୍ୟ ଜଣାପଡ଼ିଛି ଯେ, କେଉଁଭଳି ଭାବରେ ସେମାନେ ତଳେ ପଡ଼ୁଛନ୍ତି ଆଉ ଏହା ପରେ ସେଠାରେ ହଇଚଇ ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ଆଣ୍ଡାମାନରେ ଭୂମିକମ୍ପ ଝଟକା; ରିକ୍ଟର ସ୍କେଲରେ ତୀବ୍ରତା ୪.୪ ରେକର୍ଡ

ସୂଚନା ଅନୁଯାୟୀ, ଏହି କ୍ରେନ୍‌ରେ ପ୍ରାୟ ୬ ଏମଏମର ତାର ବ୍ୟବହାର କରାଯାଇଥିଲା ଏବଂ ଏହା ୨୫ ଫୁଟ୍‌ ଉଚ୍ଚରେ ଝୁଲୁଥିଲା। ତେବେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ହେଲେ ହସ୍ପିଟାଲରେ ସଞ୍ଜୟ ଶାହଙ୍କ ମୃତ୍ୟୁ ହୋଇଥିବାବେଳେ ରାଜୁ ଦାତଲାଙ୍କ ମଧ୍ୟ ଅବସ୍ଥା ଗୁରୁତର ରହିଛି।

ଏହି ରୌପ୍ୟ ଜୟନ୍ତୀରେ ପ୍ରାୟ ୭୦୦ ଲୋକ କର୍ମଚାରୀ ପହଞ୍ଚିଥିଲେ। କମ୍ପାନିର ଜଣେ ଅଧିକାରୀଙ୍କ ଅଭିଯୋଗ ଆଧାରରେ ଫିଲ୍ମ ସିଟିର ଇଭେଣ୍ଟ ମ୍ୟାନେଜର ବିରୋଧରେ ଅନେକ ଧାରା ମାମଲା ରୁଜୁ ହୋଇଛି। ପୋଲିସ ଅନୁଯାୟୀ ଶାହ ୧୫ ଫୁଟ୍‌ର ଉଚ୍ଚତାରୁ ଖସିପଡ଼ିଥିଲେ ତଳେ କଂକ୍ରିଟ୍‌ ଷ୍ଟେଜ୍‌ ରହିଥିଲା।




Leave a Comment