The weight of the Ramayana is 45 kg techguruodia


ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ଦିନ ଦୁଇଟି ବାକି ରହିଛି । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଆଗରେ ଚାଲିଛି । ଏହାରି ଭିତରେ ଜଣେ ପୁସ୍ତକ ବିକ୍ରେତା ଭଗବାନ ରାମଙ୍କ ମନ୍ଦିର ପାଇଁ ଦୁନିଆର ସବୁଠୁ ମହଙ୍ଗା ଏବଂ ଭିନ୍ନଧରଣର ରାମାୟଣ ଭେଟି ଦେଇଛନ୍ତି । ଏହି ରାମାୟାଣର ମୂଲ୍ୟ ପ୍ରାୟ ୧ ଲକ୍ଷ ୬୫ ହଜାର ଟଙ୍କା । ରାମାୟଣର ଏହି ସ୍ୱତନ୍ତ୍ର ସଂସ୍କରଣକୁ ସବୁଠୁ ସୁନ୍ଦର ବୋଲି ମଧ୍ୟ କୁହାଯାଉଛି ।

ପୁସ୍ତକ ବିକ୍ରେତାଙ୍କ ନାଁ ମନୋଜ ସତି । ଏଏନଆଇକୁ ପ୍ରତିକ୍ରିୟା ଦେଇ ମନୋଜ କହିଛନ୍ତି ଯେ ଏହି ପୁସ୍ତକ ଭଗବାନ ରାମଙ୍କ ଜୀବନଲୀଲାକୁ ଦର୍ଶାଉଥିବା ବାଲ୍ମିକୀଙ୍କ ଦ୍ୱାରା ଲେଖାଯାଇଥିବା ପବିତ୍ର ପୁସ୍ତକ ରାମାୟଣର ସଂସ୍କରଣ ଅଟେ । ତାଙ୍କ ଅନୁସାରେ, ଏହି ସ୍ୱତନ୍ତ୍ର ପୁସ୍ତକରେ ରାମ ମନ୍ଦିର ପରି ଡିଜାଇନ କରାଯାଇଥିବା ତିନୋଟି ବକ୍ସ ରହିଛି । ଏହି ବକ୍ସ ମନ୍ଦିରର ତିନି ମହଳାକୁ ଦର୍ଶାଉଛି ।

ସେ କହିଛନ୍ତି ଯେ ପୁସ୍ତକ ପାଇଁ ବ୍ୟବହୃତ କାଗଜକୁ ଫ୍ରାନ୍ସରୁ ଅଣାଯାଇଥିଲା । ଏହାର ସ୍ୱତନ୍ତ୍ରତା ହେଉଛି ଯେ ଏହା ଏସିଡ-ଫ୍ରି ପେଣ୍ଟେଟ ପେପର । ପୁସ୍ତକର କଭର ମଧ୍ୟ ବାହାରୁ ଅଣାଯାଇଥିବା ମେଟେରିଆଲରେ ପ୍ରସ୍ତୁତ କରାଯାଇଥିଲା । ଅନ୍ୟପଟେ ଏଥିରେ ବ୍ୟବହୃତ କାଳିକୁ ଜାପାନରୁ ଅଣାଯାଇଛି । ସେ ଏହା ବି କହିଛନ୍ତି ଯେ ଏହାର ଡିଜାଇନ୍ ପାଇଁ ବ୍ୟବହୃତ କାଠ ଆମେରିକୀୟ ଅଖରୋଟର ।

ମନୋଜ ସତିଙ୍କ ଅନୁସାରେ, ପୁସ୍ତକର ଓଜନ ୪୫ କିଲୋଗ୍ରାମ ହୋଇଥିବା ବେଳେ ଏହି ପୁସ୍ତକ ୪୦୦ ବର୍ଷରୁ ଅଧିକ ସମୟ ଯାଏ ରହିବ । ସେ କହିଛନ୍ତି ଯେ ଏହି ପୁସ୍ତକୁ ଚାରି ପିଢି ଯାଏ ପଢିପାରିବେ ।

Also Read: ରାମଲଲାଙ୍କ ସ୍ୱରୂପ ଅଦଭୁତ, ଜାଣନ୍ତୁ ଶ୍ରୀ ରାମଚନ୍ଦ୍ର ମୂର୍ତ୍ତି ସମ୍ପର୍କିତ ୧୦ ରହସ୍ୟ




Leave a Comment