There will be no more deaths in road accidents in Punjab techguruodia


Image Courtesy : Stock Photo

ଚଣ୍ଡିଗଡ଼ ୨୦।୧: ପଞ୍ଜାବରେ ଆଉ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବେନି ଲୋକେ। ଭାଗବତ ମାନ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଜାନୁଆରୀ ୨୬ରୁ   ଲୋକଙ୍କ ସେବାରେ ସଡକ ସୁରକ୍ଷା ବଳ (ଏସ୍ଏସ୍ଏଫ୍) ଉପସ୍ଥିତ ରହିବେ ବୋଲି  ମୁଖ୍ୟମନ୍ତ୍ରୀ ମାନ୍ କହିଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ସୁରକ୍ଷା ବାହିନୀ ଲୋକଙ୍କ ସେବାରେ ନିୟୋଜିତ ହେବେ। ଏହି ସୁରକ୍ଷା ବାହିନୀ ଉନ୍ନତ ଉପକରଣ ଏବଂ ଯାନ ସହିତ ସଜ୍ଜିତ  ରହିବେ।

ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ସୁରକ୍ଷା ବଳର ମୁଖ୍ୟ ଉଦ୍ଦେଶ୍ୟ  ହେବ ବୋଲି ମୁଖ୍ୟମନ୍ତ୍ରୀ ମାନ୍ କହିଛନ୍ତି।  ଏହି ବାହିନୀ ଦୁର୍ଘଚଣାର ତୁରନ୍ତ ବାଦ ଦୁର୍ଘଟଣାସ୍ଥଳରୁ ଲୋକଙ୍କୁ ହସ୍ପିଟାଲ ପହଞ୍ଚାଇ ମୂଲ୍ୟବାନ ଜୀବନ ରକ୍ଷା କରିବ। ଏଥି ପାଇଁ ଏସଏସ୍ଏଫକୁ ବିଭିନ୍ନ ସ୍ଥାନରେ ସଡକ ସୁରକ୍ଷା ନିମନ୍ତେ ମୂତୟନ କରାଯିବ।  ରାସ୍ତାଉପରେ କୌଣସି ଦୁର୍ଘଟଣା ଘଟିବାମାତ୍ରେ ଏସଏସଏଫ ରେସପନ୍ସ ଦେବ। ଯାହା ଦ୍ୱାରା ଦୁର୍ଘଟଣାଗ୍ରସ୍ତ ଯାନବାହନରୁ ଆହତଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ପହଞ୍ଚା ଯାଇପାରିବ।

କେବଳ ଲୋକଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ସିଏମ୍ ମାନ ଏହି ସୁରକ୍ଷା ବାହିନୀ ନିୟୋଜିତ କରିଛନ୍ତି। ଏହି ସୁରକ୍ଷା ବାହିନୀ ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟରେ କାର୍ଯ୍ୟ କରିବା ଆରମ୍ଭ କରିବ। ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଯାଇଛି। ବଛାବଛା ଅଧିକାରୀ ଓ କର୍ମଚାରୀଙ୍କୁ ଏହି ବାହିନୀରେ ନିୟୋଜିତ କରାଯିବା ସହ ସେମାନେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତିରେ ପ୍ରସ୍ତୁତ ରହିବେ।




Leave a Comment