What is the truth of the first picture of Ram Lalla? techguruodia


Image Courtesy : gfx

ଅଯୋଧ୍ୟା ୨୦।୧: ଅଯୋଧ୍ୟା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ନିମନ୍ତେ  ଏବେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ନବ ନିର୍ମିତ ରାମ ମନ୍ଦିରରେ ୨୨ ଜାନୁୟାରୀ ସୋମବାର ରାମ ରାମ ଚନ୍ଦ୍ରଙ୍କ ବାଳକ  ସ୍ୱରୂପ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ହେବ। ତେବେ ଏହା ପୂର୍ବରୁ ୧୯ ଜାନୁୟାରୀ ଶୁକ୍ରବାର ରାମ ଲଲାଙ୍କ କିଛି ଛବି ସାମ୍ନାକୁ ଆସିଥିଲା। କଳାରଙ୍ଗର ପ୍ରସ୍ତରରେ ନିର୍ମିତ ରାମ ଲଲାଙ୍କ ମୂର୍ତ୍ତିର ଛବି ଦେଖୁ ଦେଖୁ ଭାଇରାଲ ହୋଇଯାଇଥିଲା।

ଯେଉଁ ସବୁ ଛବି ଭାଇରାଲ ହେଉଥିଲା ଏଥିରୁ କେତେକରେ ରାମ ଲଲାଙ୍କ ମୂର୍ତ୍ତିକୁ କପଡାରେ ଘୋଡାଯାଇଥିବା ଦେଖାଯାଇଥିଲା। ହେଲେ କେତେକ ଛବିରେ ରାମ ଲଲାଙ୍କ ମୂର୍ତ୍ତିକୁ ବିନା କପଡାରେ ବି ଦେଖାଯାଇଥିଲା। ଭାଇରାଲ ହେଉଥିବା ଛବିରେ ରାମ ଲଲାଙ୍କୁ ମନ୍ଦମନ୍ଦ ହସୁଥିବା ମୁହଁରେ ଦେଖାଯାଇଛି। ତେବେ ଭାଇରାଲ ହେଉଥିବା ଛବି ନେଇ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ମୁଖ୍ୟ ପୂଜାରୀଙ୍କ ବୟାନ ଆସିଛି ଓ ସେ ଭାଇରାଲ ହେଉଥିବା ଛବି ସବୁକୁ ନକଲୀ ବୋଲି କହିଛନ୍ତି।

ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମଙ୍କ ଆଖିରୁ ପଟି ଖୋଲାଯାଇ ପାରିବ ନାହିଁ। ଏଣୁ ଯେଉଁ ଫଟୋରେ ରାମଙ୍କ ମୂର୍ତ୍ତି ଆଖିରେ ପଟି ନାହିଁ ତାହା ନକଲୀ ବୋଲି ସେ କହିଛନ୍ତି। ପୂଜାରୀ କହିଛନ୍ତି ଯେ ଯଦି ମୂର୍ତ୍ତିରେ ଆଖି ଦେଖାଯାଉଛି, ତେବେ ଆଖି କିଏ ଦେଖାଇଲା ଓ ମନ୍ଦିର ମୂର୍ତ୍ତିର ଛବି ଭାଇରାଲ କିପରି ହେଲା ତାହା ଯାଞ୍ଚ କରାଯିବା ଜରୁରି ବୋଲି ସେ କହିଛନ୍ତି।

ରାମ ଲଲାଙ୍କ ଏହି ଦିବ୍ୟ ମୂର୍ତ୍ତିକୁ କର୍ଣ୍ଣାଟକର କାରିଗର ଅଋଣ ଯୋଗୀରାଜ ନିର୍ମାଣ କରିଛନ୍ତି। ରାମ ଲାଲାଙ୍କ ଏହି ମୂର୍ତ୍ତି ବାସ୍ତବିକ ମନମୋହକ। ଜାନୁୟାରୀ ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତରେ ବୈଦିକ ବିଦ୍ୱାନ ମାନେ ପ୍ରାଣ ପ୍ରତିଷ୍ଠା କରିବେ। ଏହା ପୂର୍ବରୁ ରାମ ଲଲାଙ୍କ ପ୍ରତିମାକୁ ୧୮ ଜାନୁୟାରୀ ବୁଧବାର ଦିନ ବିବେକ ସୃଷ୍ଟି ଟ୍ରଷ୍ଟରୁ ଏକ ଟ୍ରକ୍ ଦ୍ୱାରା ରାମ ମନ୍ଦିରକୁ ଅଣାଯାଇଥିଲା। ମନ୍ଦିର ଭିତରକୁ ମୂର୍ତ୍ତି ନେବା ପାଇଁ କ୍ରେନର ସହାୟତା ନିଆଯାଇଥିଲା।

ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭ ଗୃହରେ ବିରାଜିତ ରାମ ଲଲାଙ୍କ ପ୍ରଥମ ଛବି, ଦେଖନ୍ତୁ କେତେ ଭବ୍ୟ




Leave a Comment